ଆଧୁନିକ ଜୀବନ ଶୈଳୀରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଶଂ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଆପଣ କେବେ କେମିତି ଏପରି କରୁଥିବେ। କିନ୍ତୁ ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ। ତାହାଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ।
ଖାଲି ପେଟରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ତେବେ ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ ଆପଣ କେଉଁ ସବୁ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ।
ବହୁତ ଲୋକ ଭାବନ୍ତି ଯେ, ରାତିରେ ଶରୀରକୁ ଖାଇବାର ଆବଶ୍ୟକତା ନଥାଏ। କିନ୍ତୁ ହେଲଥ୍ ଏକ୍ସପଟ୍ଙ୍କ କହିବା ଅନୁସାରେ, ଆମ ଶରୀର ୨୪ ଘଣ୍ଟା ଶକ୍ତି ଉତ୍ପାଦନ କରିଥାଏ। ଏଥିପାଇଁ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ।
ଯେଉଁ ପୁରୁଷମାନେ ରାତିରେ ଖାଇବା ପୂର୍ବରୁ ଏନର୍ଜି ଡ୍ରିଙ୍କ୍ ପିଇଥାନ୍ତି, ସେମାନଙ୍କ ଶରୀରରେ ଏନର୍ଜିର କମ୍ ହୋଇନ ଥାଏ। ସେହିଭଳି ରାତିରେ ଆପଣ ଖାଲି ପେଟରେ ଶୋଇବା ଯୋଗୁ ତା ପର ଦିନ ଆପଣ ଥକାପଣ ଅନୁଭବ କରିପାରନ୍ତି।