ଖାଆନ୍ତୁନି ଏସବୁ ଖାଦ୍ୟ: ବଢିପାରେ ହାର୍ଟ ପାଇଁ ବିପଦ
ହାର୍ଟକୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟମ ସହ ଆପଣଙ୍କୁ ଡାଏଟ ମଧ୍ୟ ଭଲ ହେବା ଦରକାର…..
ଆମ ଶରୀରରେ ଥିବା ହୃଦୟ ଏକମାତ୍ର ଅଂଶ, ଯାହା ବନ୍ଦ ନ ହୋଇ ସାରା ଜୀବନ କାମ କରିଥାଏ । ଏପରି ପରିସ୍ଥିତିରେ, ଏହାକୁ ସୁସ୍ଥ ରଖିବା ଆମର ପ୍ରଥମ କାର୍ଯ୍ୟ । କିନ୍ତୁ ଏହାକୁ ସଠିକ ଭାବେ ଯତ୍ନ ନନେବାରୁ ପ୍ରତିବର୍ଷ ଅନେକ ହୃଦଘାତ ରୋଗଜନିତ ମାମଲା ସାମ୍ନାକୁ ଆସିଥାଏ । କେବଳ ଏତିକି ନୁହେଁ, କରୋନା ଭାଇରସର ନୂଆ ଷ୍ଟ୍ରେନ ଫୁସଫୁସ ସହ ହାର୍ଟକୁ ମଧ୍ୟ ପ୍ରଭାବିତ କରୁଛି । ଏକ ରିପୋର୍ଟ ଅନୁଯାୟୀ, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ହୃଦରୋଗ ସମ୍ବନ୍ଧୀୟ ରୋଗ ଆଶଙ୍କା ଅଧିକ ରହିଥାଏ । ଏପରି ସ୍ଥିତିରେ ସର୍ବଦା ନିଜ ହୃଦୟକୁ ସୁସ୍ଥ ରଖିବା ଆବଶ୍ୟକ, ଯାହାଫଳରେ କରୋନା ସହିତ ଅନ୍ୟ କୌଣସି ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରିବ ନାହିଁ । ହାର୍ଟକୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟମ ସହ ଆପଣଙ୍କୁ ଡାଏଟ ମଧ୍ୟ ଭଲ ହେବା ଦରକାର । କିନ୍ତୁ ଆଜିର ସମୟରେ ଅନେକ ଲୋକ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉ ନାହାନ୍ତି । ଯାହା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲ ବଢ଼ିଥାଏ ଏବଂ ଏହା ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ । ଜାଣନ୍ତୁ ଏମିତି କିଛି ଖାଦ୍ୟ, ଯାହା ଆପଣଙ୍କ ହାର୍ଟକୁ ଖରାପ କରିପାରେ ।
ଲୁଣ: ଆମେ ସମସ୍ତେ ଜାଣିଛୁ ଯେ ଲୁଣ ଅଧିକ ଖାଇବା ଦ୍ୱାରା ବ୍ଲଡ ପ୍ରେସର ବଢ଼ିଥାଏ । କିନ୍ତୁ ରକ୍ତଚାପ ନିୟନ୍ତ୍ରଣ ନହେବା କାରଣରୁ ଆପଣଙ୍କୁ ହାର୍ଟ ସମ୍ବନ୍ଧିତ ସମସ୍ୟାର ସାମ୍ନାକୁ କରିବାକୁ ପଡ଼ିପାରେ । ଅନେକ ଗବେଷଣାରେ ମଧ୍ୟ ଏହା ସାମ୍ନାକୁ ଆସିଛି । ଏଭଳି ସ୍ଥିତିରେ ଖାଦ୍ୟରେ ଲୁଣର ପରିମାଣ କମ ବ୍ୟବହାର କରିବା ଦରକାର ।
ଏନର୍ଜି ଡ୍ରିଙ୍କ: ଏନର୍ଜି ଡ୍ରିଙ୍କରେ ଗୁଆରାନା ଓ ଟେରାଇନ ଭଳି ପ୍ରାକୃତିକ ଶକ୍ତି ବୃଦ୍ଧିକାରୀ ରହିଥାଏ । ଯେତେବେଳେ ଆପଣ କଫିନ ସଂସ୍ପର୍ଶରେ ଆସନ୍ତି, ଆପଣଙ୍କ ହୃଦସ୍ପନ୍ଦନ ଅଚାନକ ବଢ଼ିଯାଏ । ଏନର୍ଜି ଡ୍ରିଙ୍କ ବହୁତ ମାତ୍ରାରେ କଫିନ ହୋଇଥାଏ, ଯେଉଁଥିରେ ହଜମ ପ୍ରକ୍ରିୟା ସହ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ସୋଡା: ସୋଡା ସେବନ କରିବା ଦ୍ୱାରା ବ୍ଲଡସୁଗରର ମାତ୍ରା ବଢ଼ିଥାଏ । ଯେଉଁ କାରଣରୁ ହାର୍ଟ ସମ୍ବନ୍ଧିତ ରୋଗର ସାମ୍ନା କରିବାକୁ ପଡ଼ିଥାଏ । ଏଥିପାଇଁ ୈନିକ ସୋଡା ସେବନରୁ ଦୂରେଇ ରୁହନ୍ତୁ ।
ଫ୍ରିଜରେ ରଖାଯାଇଥିବା ଖାଦ୍ୟ : ଖାଦ୍ୟ ପ୍ରସ୍ତୁତ କରି ଏହାକୁ ଫ୍ରିଜରେ ରଖିବା ସବୁଠାରୁ ଭଲ ଉପାୟ କୁହାଯାଏ । କିନ୍ତୁ ଆପଣ ଭୁଲ ଯାଆନ୍ତି ଯେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଫ୍ରିଜରେ ରଖାଯାଇଥିବା ଖାଦ୍ୟରେ ସୋଡିୟମ ମାତ୍ରା ଅଧିକ ରହିଥାଏ । ଯାହା ଆପଣଙ୍କ ହାର୍ଟ ପାଇଁ ବିପଦଜନକ ହୋଇପାରେ ।
ଧଳା ଚାଉଳ ଓ ପାସ୍ତା: ଧଳା ମଇଦାରେ ପ୍ରସ୍ତୁତ ହେଉଥିବା ଚାଉଳ, ବ୍ରେଡ, ପାସ୍ତା ଆଦି ଖାଦ୍ୟ ସାମଗ୍ରୀରେ ସୁସ୍ଥ ଫାଇବର, ଭିଟାମିନ, ମିନେରାଲ୍ସ ନାହିଁ । ଏସବୁ ଜିନିଷରେ ଚିନିର ମାତ୍ରା ଅଧିକ ଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରରେ ଚର୍ବି ବଢ଼ିବା ସହ ଆପଣ ବ୍ଲଡ ସୁଗରର ଶିକାର ମଧ୍ୟ ହୋଇପାରନ୍ତି । ଏଥିପାଇଁ ଏହା ବଦଳରେ ଆପଣ ଓଟ୍ସ, ବ୍ରାଇନ ରାଇସ୍ କିମ୍ବା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦରକାର ।