ବର୍ଷେ ପୂର୍ବରୁ ଶିଶୁଙ୍କୁ ଦିଅନ୍ତୁନି ଲୁଣ, ନଚେତ୍…..

ଛୋଟ ପିଲା ମାନଙ୍କ ଖାଦ୍ୟ ଖାଇବାକୁ ନେଇ ସର୍ବଦା …..

ଛୋଟ ପିଲା ମାନଙ୍କ ଖାଦ୍ୟ ଖାଇବାକୁ ନେଇ ସର୍ବଦା ପିତାମାତାମାନେ ଦ୍ୱନ୍ଦ୍ୱ ଥାଆନ୍ତି । କିଛି ଲୋକ ୬ ମାସ ପରେ ପିଲାମାନଙ୍କୁ ଖାଦ୍ୟ ଏବଂ ଲୁଣ ଖାଇବାକୁ ଦେବା ଆରମ୍ଭ କରନ୍ତି, କିନ୍ତୁ ବିଶେଷଜ୍ଞମାନେ ଏପରି ନ କରିବାକୁ ପରାମର୍ଶ ଦିଅନ୍ତି । ବର୍ଷେ ପୂର୍ବରୁ ପିଲାମାନଙ୍କ ଖାଦ୍ୟରେ ଲୁଣ ଦେବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଅଧିକ ସୋଡିୟମ୍ ଥିବା ଖାଦ୍ୟ ସେମାନଙ୍କ ଶରୀରକୁ କ୍ଷତି ପହଂଚାଇଥାଏ ।

ତେବେ ଆସନ୍ତୁ ଜାଣିବା ବର୍ଷେ ପୂର୍ବରୁ ପିଲାମାନଙ୍କୁ କାହିଁକି ଲୁଣ ଦେବା ଉଚିତ୍ ନୁହେଁ?

୧-କିଡ୍ନୀ ଉପରେ ଚାପ: ଛୋଟ ପିଲାମାନଙ୍କର କିଡ୍ନୀ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ । ଯଦି ପିଲାଟି ଲୁଣ ଖାଏ, ତେବେ କିଡ୍ନୀ ଉପରେ ଅଧିକ ଚାପ ପଡ଼ିଥାଏ ।

୨- ଉଚ୍ଚ ରକ୍ତଚାପର ଆଶଙ୍କା: କମ୍ ବୟସରେ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ପରବର୍ତୀ ସମୟରେ ଉଚ୍ଚ ରକ୍ତଚାପର ଆଶଙ୍କା ବଢ଼ିପାରେ ।

୩-ଡିହାଇଡ୍ରେସନ୍ ସମସ୍ୟା: ଛୋଟ ପିଲାମାନଙ୍କର ଶରୀରରେ ଜଳର ସନ୍ତୁଳନ ଶୀଘ୍ର କମିଥାଏ । ଅତ୍ୟଧିକ ଲୁଣ ଖାଇଲେ ଶରୀରରେ ପାଣିର ଆବଶ୍ୟକତା ବଢ଼ିଯାଏ ଏବଂ ଡିହାଇଡ୍ରେସନ୍ ହୋଇପାରେ ।