ପ୍ରତ୍ୟେକ ମହିଳା ଏହି ସମସ୍ୟା ଦେଇ ଗତି କରୁଛନ୍ତି, ଜାଣନ୍ତୁ..

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଅଣ୍ଟା ବିନ୍ଧା ସାଧାରଣ ସମସ୍ୟା । ପ୍ରତ୍ୟେକ ମହିଳା ଏହି ସମସ୍ୟା ଦେଇ ଗତି କରୁଛନ୍ତି । ଆଘାତ, ଓଜନିଆ ଜିନିଷ ଉଠାଇବା, ଅଧିକ ସମୟ ନଇଁକି କାମ କରିବା, ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା ଯୋଗୁ ମଧ୍ୟ ଅଣ୍ଚା ବିନ୍ଧା ସମସ୍ୟା ହେଉଛି ।

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଅଧିକ ଅଣ୍ଟା ବିନ୍ଧା ହୋଇଥାଏ । ମହିଳାମାନଙ୍କର ଅଣ୍ଟା ବିନ୍ଧା ପଛରେ ଅନେକ କାରଣ ରହିଛି । ତେବେ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ ।୪୦ ବର୍ଷ ଡେଇଁବା ପରେ ମହିଳାଙ୍କ କ୍ଷେତ୍ରରେ ଅଷ୍ଟିଓପୋରୋସିସ୍ ସମସ୍ୟା ଦେଖାଯାଇଥାଏ । ଏହି ବୟସ ଅତିକ୍ରାନ୍ତ ହେବା ପରେ ପ୍ରାୟ ମହିଳାମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ମହିଳାଙ୍କର ଅଣ୍ଟା, ପିଠି ଓ ବେକରେ ଯନ୍ତ୍ରଣା ହୋଇଥାଏ । ଏହା ସହ ଅଧିକ ସମୟ ନଇଁକି କାମ କରିବା ଓ ଗୋଟିଏ ଜାଗାରେ ଅଧିକ ସମୟ ବସି ରହିବା ଯୋଗୁ ମଧ୍ୟ ଅଣ୍ଚା ବିନ୍ଧା ହୋଇଥାଏ । ମୋଟାପଣ ମଧ୍ୟ ଅଣ୍ଟା ବିନ୍ଧା ହେବାର ଏକ ମୁଖ୍ୟ କାରଣ । ମହିଳାମାନେ ଅଧିକ ମୋଟା ହେବା ଦ୍ୱାରା ଠିକରେ ଚାଲିବୁଲି ପାରନ୍ତି ନାହିଁ । କୌଣସି କାର୍ୟ୍ୟ ଶୀଘ୍ର କରିପାରନ୍ତି ନାହିଁ । ଏଥିପାଇଁ ମହିଳା ଅଣ୍ଟା ଓ ଆଣ୍ଠୁ ବିନ୍ଧା ହୋଇଥାଏ ।

ବିଶେଷ କରି ବସିଥିବା ସମୟରେ ମେରୁଦଣ୍ଡକୁ ସିଧା ରଖି ବସିବା ଉଚିତ୍ । ଏହା ସହିତ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ । ମହିଳାମାନଙ୍କ ଋତୁସ୍ରାବ ବା ପିରିୟଡ୍ ପାଇଁ ଅଣ୍ଟା ବିନ୍ଧା ହୋଇଥାଏ । ଠିକ୍ ସମୟରେ ଋତୁସ୍ରାବ ନହେଲେ ଅଣ୍ଟା ବିନ୍ଧା ହୋଇଥାଏ । ସେହିପରି ମହିଳାମାନଙ୍କର ବିଳମ୍ବିତ ଗର୍ଭଧାରଣ ମଧ୍ୟ ଅଣ୍ଟା ବିନ୍ଧିବାର ମୁଖ୍ୟ କାରଣ ହୋଇଥାଏ । ଏହାସହ ଗର୍ଭଧାରଣ ସମୟରେ ଅଣ୍ଟା ମଧ୍ୟ ବିନ୍ଧିଥାଏ ।