ସୌନ୍ଦର୍ଯ୍ୟ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଗାଜରର ଉପକାରିତା ବିଷୟରେ ଆପଣ ଅନେକ କିଛି ଜାଣିଥିବେ, ଶୁଣିଥିବେ । ହେଲେ ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ବି ଏହାର ଉପକାରିତା କିଛି କମ ନୁହେଁ । ସୌନ୍ଦର୍ଯ୍ୟ ପାଇଁ କେବେ ଏହାର ବ୍ୟବହାର କରିଛନ୍ତି କି? ଏବେ ଜାଣନ୍ତୁ ଆପଣଙ୍କ ଚେହେରାକୁ ଚମକାଇବାରେ ଗାଜର କି କରାମତି କରିପାରେ ।

ପୋଷକ ତତ୍ତ୍ୱରେ ଭରପୁର ଗାଜର । ଏହାକୁ ଖାଇଲେ କେବଳ ଚର୍ମ ନୁହେଁ ଆପଣଙ୍କ କେଶ ମଧ୍ୟ ସୁସ୍ଥ ରହିବ । ଫେସପ୍ୟାକ ହେଉ କିମ୍ବା ହେୟାର ପ୍ୟାକ୍ ହେଉ ସେଥିରେ ଗାଜର ରସ ମିଶାଇ ଲଗାଇଲେ ଆପଣ ନିଶ୍ଚୟ ଫରକ ଅନୁଭବ କରିପାରିବେ।

ତ୍ୱଚାରେ ବ୍ରଣ କିମ୍ବା କୌଣସି ଦାଗ ଥିଲେ ଫେସ୍ ପ୍ୟାକରେ ଗାଜର ରସ ମିଶାଇ ଲଗାନ୍ତୁ । କିଛି ସମୟ ରଖି ମୁହଁ ଶୁଖିବା ପରେ ନଖ ଉଷୁମ ପାଣି କିମ୍ବା ସାମାନ୍ୟ ପାଣିରେ ଧୋଇଦିଅନ୍ତୁ । କିଛି ଦିନର ବ୍ୟବହାର ପରେ ଆପଣଙ୍କ ମୁହଁ ଦାଗ ମୁକ୍ତ ହୋଇଯିବ ।