ସୁନ୍ଦରତା ପାଇଁ ଆମେ ବିଭିନ୍ନ କ୍ରିମ ଓ ଅନ୍ୟାନ୍ୟ ବହୁ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଉ। ବର୍ତ୍ତମାନ ସମୟରେ ଧୂଳି-ମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚାର ଚମକ ହ୍ରାସ ପାଇବା ଏକ ମୁଖ୍ୟ ସମସ୍ୟା ପାଲଟିଛି। ଘରୋଇ ଉପାୟରେ ପ୍ରସ୍ତୁତ କେତେକ ଫେସ ପ୍ୟାକକୁ ବ୍ୟବହାର କରି ମୁହଁର ଚମକକୁ ବୃଦ୍ଧି କରିବା ସହ ଉଜ୍ୱଳ ମଧ୍ୟ କରିପାରିବା।
୩ ରୁ ୪ ଚାମଚ ଚାଉଳକୁ କିଛି ସମୟ ବତୁରାଇ ଏହାକୁ ପେଷି ଦିଅନ୍ତୁ। ଏହାପରେ ଏହି ପେଷ୍ଟରେ କିଛି ମହୁ, ଲେମ୍ବୁ ରସ ମିଶାଇ ଦିଅନ୍ତୁ। ମିଶାଇବା ପରେ ଏହାକୁ ମୁହଁରେ ଲଗାଇ ୩୦ ମିନିଟ ରଖନ୍ତୁ। ୫ ମିନିଟ ମୁହଁକୁ ମାଲିସ କରି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ପରେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।