ଶରୀରରେ ମୁଖ ବା ମୁହଁ ହେଉଛି ଦର୍ପଣ। ତେଣୁ ମୁହଁର ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ତେବେ ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ।
ଦିନରେ ଦୁଇଥର ଫେସ୍ ୱାଶ୍ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁକୁ ସଫା ରହିବା ସହିତ ବ୍ଲାକ୍ ପୋର୍ସ ହୋଇ ନଥାଏ। ଏହା ସହିତ ଇନ୍ଫେକସନ୍ ମଧ୍ୟ ହୋଇ ନଥାଏ।ଫଳ ଓ ତଟକା ପରିବା ଅଧିକ ଖାଆନ୍ତୁ।
ଏହା ତ୍ୱଚା ପାଇଁ ଖୁବ୍ ଭଲ। ଫାଷ୍ଟଫୁଡ୍ ଓ ତେଲଜାତୀୟ ଜିନିଷଠାରୁ ଦୂରେଇ ରୁହନ୍ତୁ। ଏପରି କଲେ ଆପଣଙ୍କର ବ୍ରଣ ସମସ୍ୟା ଉତ୍ପନ୍ନ ହୋଇଥାଏ। ଆବଶ୍ୟକ ପରିମାଣରେ ଶୁଅନ୍ତୁ। ଏହାଦ୍ୱାରା ମସ୍ତିଷ୍କ ଓ ତ୍ୱଚାକୁ ଆରାମ ମିଳିଥାଏ।