ଓଜନ ହ୍ରାସ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଏହା ସହିତ ପାନମଧୁରୀ ପାଣି ପିଇଲେ ହାଡ଼ ମଜବୁତ ରହିଥାଏ…..

ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପା’ନ୍ତି। ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ । ତେବେ ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗି ନଥାଏ, ଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ କରିଥାଏ । ପାନମଧୁରୀ ପାଣି ପିଇଲେ ଓଜନ ବି କମି ଥାଏ।

ଏହି ପାଣି ପିଇଲେ ଗ୍ୟାସ୍‌ ଓ ଏସିଡିଟି ଆଦି ସମସ୍ୟା ଦେଖା ଦେଇନଥାଏ। ତା’ସହିତ ଶରୀରରେ ଅତିରିକ୍ତ ଚର୍ବିର ବୃଦ୍ଧିକୁ ଏହା ନିୟନ୍ତ୍ରଣ କରିଥାଏ। ତେଣୁ ଶରୀରର ଓଜନ ବଢ଼ି ନଥାଏ। କେବଳ ଏତିକୁ ନୁହେଁ, ଏହା ସହିତ ପାନମଧୁରୀ ପାଣି ପିଇଲେ ହାଡ଼ ମଜବୁତ ରହିଥାଏ। ପାନମଧୁରୀରେ ଭିଟାମିନ୍‌ ସି ରହିଛି, ଯାହା ତ୍ୱଚା ସହିତ ଜଡ଼ିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏହାଦ୍ୱାରା ଶରୀରରେ କ୍ଷତିକାରକ ହରମୋନ୍‌ ତିଆରି ହେବା ।