ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଏହା ମୁହଁର କଳାଦାଗ ସହ ମୁହଁର ଉଜ୍ଜ୍ୱଳ ବୃଦ୍ଧି କରିଥାଏ…

ତ୍ୱଚା ପାଇଁ ଅନେକ ଉପାୟ ରହିଛି। ତେବେ ଘରେ ଥିବା କିଛି ଜିନିଷ ତ୍ୱଚାର ସୁନ୍ଦରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଧନିଆ ମଞ୍ଜି ଓ ପତ୍ରକୁ ବ୍ୟବହାର କରି ତ୍ୱଚାର ହଜିଯାଇଥିବା ସୌନ୍ଦର୍ଯ୍ୟ ଫେରି ପାଇବେ। ଧନିଆପତ୍ରକୁ କିଛି ସମୟ ପାଣିରେ ବତୁରାଇ ଏହି ପାଣିରେ ମୁହଁ ଧୋଇ ଦିଅନ୍ତୁ।

ଏହା ମୁହଁର କଳାଦାଗ ସହ ମୁହଁର ଉଜ୍ଜ୍ୱଳ ବୃଦ୍ଧି କରିଥାଏ। ୧କପ ପାଣିରେ ଧନିଆପତ୍ର ପକାଇ ଏହାକୁ ରାତିଯାକ ବତୁରାଇ ଦିଅନ୍ତୁ। ସକାଳେ ଏହି ପାଣିକୁ ଛାଣି ଦିଅନ୍ତୁ। ଏଥିରେ ଗୋଲାପ ଜଳ,ଲେମ୍ବୁ ରସ, ମିଶାଇ ଏହାକୁ ଏକ ବୋତଲରେ ରଖି ବ୍ୟବହାର କରନ୍ତୁ।

ଏହା ଟୋନର କାମ କରିଥାଏ। ସେହିପରି ଏକ ପାତ୍ରରେ ବେସନ,ଧନିଆପତ୍ର ପାଣି ଓ ସାମାନ୍ୟ ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ମାଲିସ କରି ମୁହଁ ଧୋଇ ଦିଅନ୍ତୁ।