ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଖରା ଓ ତାତି ବଢୁଥିବାରୁ ଚର୍ମ କଳା ପଡିବା ବ୍ରଣ ହେବା ଇତ୍ୟାଦି ସମସ୍ୟା ଦେଖାଯାଇଥାଏ। ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। କାରଣ ସେମାନଙ୍କର ହଜମ ପ୍ରକ୍ରିୟା ବିଗିଡିବାରେ ଲାଗିଛି। ତ୍ୱଚା ଶୁସ୍କ ହୋଇଗଲେ ସେଥିରେ ମୈଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ଆମର ଜୀବନଶୈଳୀ ପ୍ରଭାବ ତ୍ୱଚା ଉପରେ ପଡିଥାଏ।

ଖାଇବା, ପିଇବା ଏବଂ ଶୋଇବାରେ ଅନିୟମିତତା ଯୋଗୁ ପ୍ରାୟ ସବୁ ବର୍ଗର ଲୋକେ ଚର୍ମ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପାଉଡର ଖାଦ୍ୟ ଖାଇବାଠୁ ଦୂରେଇ ରୁହନ୍ତୁ। ଯେପରିକି ବେସନ, ଚାଉଳ ଚୂନା ପିଠା, ଅଟା ଓ ମଇଦା ତିଆରି ଖାଦ୍ୟଠୁ ଦୂରେଇ ରୁହନ୍ତୁ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।

ଉଷୁନା ଭାତ, ମୁଗ ଡାଲି, ସବୁଜ ପରିବା, ପୋଟଳ, ଜହ୍ନୀ, ପାଳଙ୍ଗ, ସଜନା ଛୁଇଁ, ଶାଗ, କଲରା, ମେଥି ଏସବୁ ପିତ ଶାନ୍ତି କରିବା ପରିବା। ଏସବୁ ଖାଇବା ଦ୍ୱାରା ଆପଣ ସୁସ୍ଥ ରହିବା ସହ ତ୍ୱଚା ମଧ୍ୟ ସୁସ୍ଥ ରହିବ। ଆମିଷ, ରାଗ, ଖଟା ଓ ତୈଳ ଜାତୀୟ ଖାଦ୍ୟ ଖାଆନ୍ତୁୁନାହିଁ।