ତ୍ୱଚାପାଇଁ ଚିନାବାଦାମରେ ଆପଣାନ୍ତୁ ଏହି ଟିପ୍ସ

ଚିନାବାଦାମରେ ଭରପୁର ମାତ୍ରାରେ ରହିଛି ପ୍ରୋଟିନ୍, ମ୍ୟାଗ୍ନେସିୟମ, ଫାଇବର୍, ଓମେଗା-୩, ଓମେଗା-୬ ଫ୍ୟାଟି ଏସିଡ୍, ଭିଟାମିନ୍-ଇ, ପୋଟାସିୟମ୍, ଜିଙ୍କ୍, କ୍ୟାଲସିୟମ ଇତ୍ୟାଦି ପୋଷକ ତତ୍ତ୍ୱ । ଯାହା କରି ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢାଇବା ପାଇଁ ବେଶ୍ ଉପଯୋଗୀ ।

ବାଦାମରେ ଭିଟାମିନ-ଇ ଥିବାରୁ ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଏହା ଚର୍ମକୁ ପୋଷଣ ଯୋଗାଇବା ସହ ନରମ ଏବଂ ଚିକ୍କଣ ରଖିଥାଏ । ଏହାର ତେଲ ଲଗାଇବା ଦ୍ୱାରା ସୂର୍ଯ୍ୟକିରଣ ଯୋଗୁଁ ହେଉଥିବା ଟ୍ୟାନିଂ ଭଳି ସମସ୍ୟା ଦୂର ହୋଇଥାଏ । ଏହା ଚର୍ମକୁ ବ୍ରଣମୁକ୍ତ ରଖି କୋମଳତା ପ୍ରଦାନ କରିଥାଏ ।

ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍ ଥିବାରୁ ଏହା ଶରୀରର ଚମକ ବଢାଇଥାଏ । ମୁଣ୍ଡ ଏବଂ ଶରୀରର ବିଭିନ୍ନ ଅଂଶକୁ ମସାଜ୍ କରିବା ପାଇଁ ଚିନାବାଦାମ୍ ତେଲକୁ ବ୍ୟବହାର କରାଯାଏ । ଏହାଦ୍ୱାରା ଚର୍ମ ପୁଣ୍ଟିକର ତେଲ ଶୋଷଣ କରିପାରେ ।

ବିଶେଷ କରି କେଶ ମୂଳରେ ଏହି ତେଲ ମସାଜ୍ କରିବା ଦ୍ୱାରା ରକ୍ତ ପ୍ରବାହ ଭଲ ହେବା ସହିତ କେଶ ଲମ୍ବା ଏବଂ ମଜଭୁତ ହୋଇଥାଏ । ଏହା କେଶ ପାଚିବା, ଝଡିବା, ଫାଟିବା ଆଦି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।