ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ
ମୁହଁ ପାଇଁ କ୍ରୀମ ବ୍ୟବହାର କରୁଥିଲେ ସେଥିରେ ବିଟ୍ ଗୁଣ୍ଡ ମିଶାଇ ଲଗାନ୍ତୁ….
ବିଟ୍ ମୁହଁ ପାଇଁ ଲାଭଦାୟକ ହୋଇଥାଏ। ଏହା ମୁହଁକୁ ସତେଜ ଓ ପ୍ରାକୃତିକ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ। ବିଟକୁ ବ୍ୟବହାର କରି ଗାଲ ଓ ଓଠକୁ ପ୍ରାକୃତିକ ରୂପେ ଗୋଲାପୀ ରଙ୍ଗ କରି ପାରିବା।
ସେଥିପାଇଁ ବିଟକୁ ଛେଚି ତାକୁ ଖରାରେ ଶୁଖାଇ ଦିଅନ୍ତୁ। ଖରାରେ ଭଲ ଭାବେ ଶୁଖିଲା ପରେ ତାହକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ସେଥିରେ ବାଦାମ ତେଲ ପକାଇ ଭଲ ଭାବେ ମିଶାଇ ଏକ କାଚ ବୋତଲରେ ରଖନ୍ତୁ।
ପ୍ରତିଦିନ ଓଠ ଓ ଗାଲରେ ସେଥିରୁ ଗୋଟିଏ ବୁନ୍ଦା ଲଗାନ୍ତୁ। ମୁହଁ ପାଇଁ କ୍ରୀମ ବ୍ୟବହାର କରୁଥିଲେ ସେଥିରେ ବିଟ୍ ଗୁଣ୍ଡ ମିଶାଇ ଲଗାନ୍ତୁ। ତାପରେ ତାହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ।