ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି ।
କ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ଗ୍ଲିସେରିନକୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇନିଅନ୍ତୁ । ଏହାପରେ ତୁଳାରେ କିଛି ବୁନ୍ଦା ନେଇ ମୁହଁରେ ମସାଜ୍ କରନ୍ତୁ । କିଛି ସମୟ ରଖିବା ପରେ ମୁହଁକୁ ସାଧା ପାଣିରେ ଧୋଇଦିଅନ୍ତୁ । ତ୍ୱଚା କୋମଳ ରହିବ ।