ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଡାଳିମ୍ବକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ…..

ଫଳ ମଧ୍ୟରେ ଡାଳିମ୍ବର ଏକ ଭିନ୍ନ ଚାହିଦା ରହିଛି। ଏହି ଫଳର ଦର ସବୁବେଳେ ଅଧିକ ଥାଏ। ଡାଳିମ୍ବରେ ଅନେକ ଔଷଧୀୟ ଗୁଣ ରହିଛି। ଡାଳିମ୍ବ ଛାଲିରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ସ ହୃଦ୍‌ରୋଗରୁ ବଞ୍ଚାଇବାରେ ସହାୟକ ହୋଇଥାଏ।

ଏହି ଫଳର ରସ ଶରୀରରେ ବେକ୍‌ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରି ରଖିଥାଏ। ଆଣ୍ଠୁ ଦରଜ ଥିଲେ ଏହି ଫଳ ରସ ପିଇବା କଥା। ସେହିପରି ଡାଳିମ୍ବ ଖାଇଲେ ଶରୀରରେ ରକ୍ତ ଏବଂ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।

ଡାଳିମ୍ବକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ମିଳିଥାଏ ଅନେକ ସୁଫଳ। ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ ପଦାର୍ଥ ରହିଛି। ଏହାଛଡା ଏଥିରେ ଖଣିଜ ପଦାର୍ଥ, ଭିଟାମିନ୍‌ ପ୍ରଭୃତି ଉପାଦାନ ମାନ ରହିଛି ।