ମୁଣ୍ଡବିନ୍ଧା ହେବା ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଏକ ସାଧାରଣ କଥା। ମାଇଗ୍ରେନ ଥିଲେ ସାଧାରଣତଃ ମୁଣ୍ଡବିନ୍ଧା ହୁଏ । ବେଳେ ବେଳେ ଭୋକ ଲାଗିଲେ ବି ମୁଣ୍ଡବିନ୍ଧା ହୋଇଥାଏ ।
ଖାଦ୍ୟ ସ୍କିପ୍ ବା ଦୀର୍ଘସମୟ ଧରି ଖାଲି ପେଟରେ ରହିଲେ ମୁଖ୍ୟ ରୂପେ ମୁଣ୍ଡ ବିନ୍ଧିଥାଏ। ଯଦି ଆପଣଙ୍କ ମଧ୍ୟ ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି ତାହେଲେ ସାବଧାନ ହୋଇଯା’ନ୍ତୁ । ଏହା ଆଗକୁ ବଡ ବିପଦ ସାଜିପାରେ ।
ମୁଣ୍ଡବିନ୍ଧା ହେବାର ମୁଖ୍ୟକାରଣ, ଥକାପଣ, ପାଗ ପରିବର୍ତ୍ତନ, ପରିଅଡସ, ହୋହଲ୍ଲା, ନିଦ, ଭୋକ ଏବଂ ଖାଦ୍ୟ ସ୍କିପ କରିବା ହୋଇଥାଏ ।
ଡିହାଇଡ୍ରେସନ, କମ୍ ଖାଦ୍ୟ ଏବଂ କେଫିନର ଅଭାବ ଯୋଗୁଁ ଶରୀରରେ ଗ୍ଲୁକୋଜ ମାତ୍ରା କମିଯାଏ, ଫଳରେ ମୁଣ୍ଡବିନ୍ଧା ସୃଷ୍ଟି ହୁଏ।