ସୌନ୍ଦର୍ଯ୍ୟ ଚମକଦାର ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ରୋଷେଇ ଘରେ ଥିବା କିଛି ସାମଗ୍ରୀ ବ୍ୟବହାର କରି ଆପଣ ତ୍ୱଚାର ଚମକ ଫେରାଇ ଆଣି ପାରିବେ…

ଖରାଦିନେ ଅତ୍ୟଧିକ ଗରମ ଓ ଝାଳ ଆମ ତ୍ୱଚାର ଚମକ ହଜାଇ ଦେଇଥାଏ, ସେହିପରି ବର୍ଷା ଦିନେ ମଧ୍ୟ ତ୍ୱଚାରେ ମଇଳା ଜମି ଯାଏ। ଫଳରେ ତ୍ୱଚା ତା’ର ପ୍ରାକୃତିକ ଚମକ ହରାଇ ବସେ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଦାମୀ କ୍ରିମ୍‌ ବ୍ୟବହାର କରନ୍ତି। କିନ୍ତୁ ଅନେକ ସମୟରେ ଏଥିରୁ ବି ଆଶାମୁତାବକ ଫଳ ମିଳି ନଥାଏ। ବିଶ୍ୱାସ ନ ହେଲେ ବି ରୋଷେଇ ଘରେ ଥିବା କିଛି ସାମଗ୍ରୀ ବ୍ୟବହାର କରି ଆପଣ ତ୍ୱଚାର ଚମକ ଫେରାଇ ଆଣି ପାରିବେ।

ଏହି ସାମଗ୍ରୀଗୁଡ଼ିକୁ ମିଶାଇ ଆପଣ ସ୍କ୍ରବ୍ ତିଆରି କରିପାରିବେ। ଆଉ ଏହା ଆପଣଙ୍କ ତ୍ୱଚାର ଚମକ ଫେରାଇ ଆଣିବାରେ ନିଶ୍ଚୟ ସହାୟକ ହେବ। ବିଭିନ୍ନ ରୋଷେଇ ସାମଗ୍ରୀକୁ ମିଶାଇ ସ୍କ୍ରବ୍ ତିଆରି କରିବାର ଏହି ଟିପ୍ସ। ପ୍ରଥମେ ଓଟମିଲ୍‌କୁ ଚୂନା କରି ସେଥିରେ ଅଳ୍ପ କ୍ଷୀର ମିଶାଇ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାଇ ଆଙ୍ଗୁଳି ସାହାଯ୍ୟରେ କିଛି ସମୟ ମସାଜ କରନ୍ତୁ। ଏହାପରେ ୧୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ତା’ପରେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।