ଆପଣଙ୍କ ମୁହଁରେ ଯଦି ଦାଗ ଚିହ୍ନ ରହିଛି ତା’ ହେଲେ ଆପଣ ନିହାତି ଭାବେ ଅସହଜ ଅନୁଭବ କରିବେ। ଏଥିଯୋଗୁ ମୁହଁର ଚମକ ହଜିଯିବା ପରି ଲାଗିଥାଏ । ଆଉ ଏହା ହିଁ ମହିଳା ଓ ଯୁବତୀଙ୍କ ଚିନ୍ତାର କାରଣ ପାଲଟିଯାଏ। ଏହି ସମସ୍ୟାରୁ ମୁକୁଳିବା ଲାଗି ମହିଳାମାନେ ବାହାରେ ମିଳୁଥିବା ଅନେକ ଦାମିକା କ୍ରିମ୍ କିଣି ପଇସା ନଷ୍ଟ କରିବା ସହ ମୁହଁର ସୁନ୍ଦରତା ମଧ୍ୟ ନଷ୍ଟ କରିଥାନ୍ତି।
ପୁଦିନା ଏବଂ ମହୁକୁ ବ୍ୟବହାର କରି ଆପଣ ମୁହଁର ଦାଗ ଲିଭାଇବା ସହ ଚମକ ମଧ୍ୟ ଆଣିପାରିବେ। ପ୍ରଥମେ ପୁଦିନାକୁ ପେଷ୍ଟ କରି ଦିଅନ୍ତୁ ଏବଂ ସେଥିରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଆପଣ ଏହାକୁ ମୁହଁରେ ଲଗାଇ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ।
ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହା ମଶ୍ଚରାଇଜର୍ ଭଳି କାମ ଦେବ। ସପ୍ତାହରେ ଦୁଇରୁ ତିନି ଥର ଏପରି କଲେ ମୁହଁରୁ ଦାଗ ଲିଭିବା ସହ ତ୍ୱଚା ଗ୍ଲୋ କରିବ।