ଲିମ୍ବ ତେଲରେ ଆପଣାନ୍ତୁ ଏହି ଟିପ୍ସ

ଯାହା ଆମ ତ୍ୱଚା ଏବଂ କେଶ ପାଇଁ ବହୁ ଉପକାରୀ ହୋଇଥାଏ…

ଲିମ୍ବ ଆମ ଶରୀର ବା ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ। ଏହା ଆମ ଶରୀରକୁ ରୋଗ ମୁକ୍ତ ରଖେ। ଚର୍ମ ସମ୍ବନ୍ଧୀୟ ସମସ୍ତ ପ୍ରକାର ରୋଗକୁ ଭଲ କରିବାକୁ ଏହା ମହାଷୌଧୀ ରୂପେ କାମ କରେ। ଏହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ବହୁ ଉପକାରୀ ହୋଇଥାଏ। ଆପଣ ଲିମ୍ବରେ ପ୍ରସ୍ତୁତ ତେଲ ବ୍ୟବହାର କରି କେଶ ଏବଂ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିପାରିବେ।

 

ଲିମ୍ବ ତେଲରେ ଆଣ୍ଟି ଫଙ୍ଗଲ୍‌ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ। ଯାହା ଆମ ତ୍ୱଚା ଏବଂ କେଶ ପାଇଁ ବହୁ ଉପକାରୀ ହୋଇଥାଏ। ଏହା ଏକ ପ୍ରାକୃତିକ ଉତ୍ପାଦ, ଯେଉଁଥିରେ କୌଣସି ସାଇଡ୍‌ଇଫେକ୍ଟ ନଥାଏ।

ଏହା ସଂକ୍ରମଣ ହେବାକୁ ଦିଏ ନାହିଁ। ଏଥିରେ କୌଣସି ରାସାୟନିକ ଦ୍ରବ୍ୟ ନ ଥାଏ। ଯେଉଁଥିପାଇଁ ଆପଣଙ୍କ ତ୍ୱଚା ଓ କେଶକୁ କୌଣସି ପ୍ରକାର କ୍ଷତି ହୋଇନଥାଏ।

ସପ୍ତାହରେ ଥରେ କିମ୍ବା ଦୁଇଥର ଲିମ୍ବ ତେଲ କେଶରେ ଲଗାନ୍ତୁ। ଏହା ଆପଣଙ୍କ କେଶ ଝଡ଼ିବା ସମସ୍ୟାକୁ ରୋକିବା ସହ ମଜବୁତ କରିଥାଏ।