ଚେହେରାର ଚମକ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଏହାଦ୍ୱାରା ଆପଣ ନିଜ ଚେହେରାରେ ଚମକ ଅନୁଭବ କରି ପାରିବେ

ମୁହଁରେ ଚମକ ଆଣିବାକୁ ଓ ସୁନ୍ଦର ଦେଖାଯିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ହେଲେ ଆଜିକାଲି ଜୀବନରେ ନିଜ ଶରୀର ଓ ତ୍ୱଚାର ଯତ୍ନ ନେବା କଷ୍ଟକର ହୋଇପଡୁଛି। ଖରାଦିନେ ଶରୀରରୁ ଅଧିକ ଝାଳ ବାହାରୁଥିବାରୁ ତ୍ୱଚାର ଚମକ ହଜିଯାଉଛି । ବାହାରେ ଏତେ ମାତ୍ରାରେ ପ୍ରଦୂଷଣ ହେଉଛି ଯେ, ପ୍ରାୟତଃ ସମସ୍ତଙ୍କର ବ୍ରଣ ସମସ୍ୟା ରହୁଛି।

ଆପଣ ଘରେ ଏପରି କିଛି ପାନୀୟ ପ୍ରସ୍ତୁତ କରି ପିଅନ୍ତୁ ଯାହା ଦ୍ୱାରା ଚେହେରାର ଚମକ ଫେରି ଆସିବ। ଦିନର ଆରମ୍ଭ ପାଣି ପିଇବାଠୁ କରିବା ଆବଶ୍ୟକ। ସକାଳେ ଉଠି ହାଲକା ଉଷୁମ ପାଣି ପିଇବା ଦରକାର। ଏହାଦ୍ୱାରା ଚେହେରା ଉଜ୍ୱଳ ଦେଖାଯାଇଥାଏ। ପାଣି ପିଇବା ଦ୍ୱାରା ଶରୀରରୁ ଅପରିଷ୍କାର ଜିନିଷ ନିର୍ଗତ ହୋଇଯାଇଥାଏ। ଏହାଦ୍ୱାରା ଆପଣ ନିଜ ଚେହେରାରେ ଚମକ ଅନୁଭବ କରି ପାରିବେ ।

ଡାଲଚିନି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ମୋଟାପଣ କମାଇଥାଏ। ଆପଣ ସକାଳେ ଉଷୁମ ପାଣି ପିଇବା ନିମନ୍ତେ ଗରମ କରିବା ସମୟରେ ଏକ ଛୋଟ ଖଣ୍ଡ ଡାଲଚିନିକୁ ପାଣିରେ ପକାଇ ଦିଅନ୍ତୁ। ଏହା ରାମବାଣ ସଦୃଶ କାମ କରିବ। ଏହାକୁ ନିୟମିତ ଭାବେ କିଛି ଦିନ ପିଇଲେ ଆପଣଙ୍କ ତ୍ୱଚା କୋମଳ ହେବା ସହ ଉଜ୍ୱଳ ଦେଖାଯିବ।