ଖରାଦିନରେ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଲସି

ଦହି, ବରଫ, ଚିନି, କଟା ଫଳ, ରୋଜ୍‌ ଏସେନ୍ସ, ଡ୍ରାଏ ଫ୍ରୁଟସ୍‌ କିସ୍‌ମିସ୍‌, କାଜୁ ଏବଂ ବାଦାମ ଏବଂ ଆଇସ୍‌କ୍ରୀମ୍‌ । ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍‌ ବସାଇ ସେଥିରେ ପାଣି ଗରମ କରନ୍ତୁ । ଏହା ପରେ ସେଥିରେ କଞ୍ଚା ସିମେଇ ପକାଇ ସିଝାନ୍ତୁ । କିଛି ସମୟ ଫୁଟିଲା ପରେ ସିମେଇ ସିଝିଯିବ। ଏହାପରେ ପାଣିରୁ ଛାଣି ସିମେଇକୁ ଏକ ପାତ୍ରରେ ରଖନ୍ତୁ । ଏହାକୁ ଥଣ୍ଡା ପାଣିରେ କିଛି ସମୟ ଭିଜାଇ ରଖନ୍ତୁ ।

ଏହି ପରି କଲେ ସିମେଇ ଲାଗିବ ନାହିଁ । ଏହା ପରେ ବସା ଦହି ନେଇ ସେଥିରେ ଆବଶ୍ୟକ ଅନୁସାରେ ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହା ପରେ ରୋଜ୍‌ ଏସେନ୍ସ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ।

ପରେ ଦୁଇଟି କାଚ ଗ୍ଲାସ୍‌ ନେଇ ସେଥିରେ ସିଝାଇ ରଖିଥିବା ସିମେଇ ପକାନ୍ତୁ । ପରେ ସେଥିରେ ଦହି ପକାନ୍ତୁ । ଅଧା ଦହି ପକାଇ ସେଥିରେ କଟା ହୋଇଥିବା ଫଳ ଗୁଡ଼ିକୁ ପକାଇ ବରଫ ପକାନ୍ତୁ । ଏହା ପରେ ପୁଣି ଦହି ପକାଇ ଗ୍ଲାସ୍‌ ଫୁଲ୍‌ କରି ଦିଅନ୍ତୁ ।