ଭାରତୀୟ ନାରୀ କେତେ ସ୍ୱାଧିନ?

ଏକବିଂଶ ଶତାବ୍ଦୀରେ ନାରୀମାନେ ପୁରୁଷଙ୍କ ସହିତ ପାଦରେ ପାଦ ମିଳାଇ ବହୁତ ଆଗେଇ ଗଲେଣି ।

ଲଢୁଆ ବିମାନ ଚଳାଉଛନ୍ତି, ଟ୍ରେନ, ବସ୍‌, ଟ୍ରକ୍‌ ଓ ଅଟୋ ଭଳି ଯାନ ଚଳାଉଛନ୍ତି । ଯୁଦ୍ଧକ୍ଷେତ୍ରରେ ଶତ୍ରୁ ସହିତ ଲଢୁଛନ୍ତି । ମହାକାଶ ବିଜ୍ଞାନୀ ଭାବେ ପ୍ରସିଦ୍ଧି ଅର୍ଜନ କଲେଣି । ଏତେସବୁ ସଫଳତାର ଶ୍ରେୟ ଭିତରେ ମଧ୍ୟ ନାରୀଟିଏ ନିଜକୁ ଅବଳା କହିବାକୁ ଉଚିତ ମଣୁଛି । ନାରୀ ଆଉ ଅବଳା ଦୁର୍ବଳା ନୁହନ୍ତି । ଏହାକୁ ସ୍ୱୀକାର କରିପାରୁନି ଜଣେ ଆଧୁନିକ ମହିଳା । ବିଶେଷ କରି ‘ବିବାହ’ କ୍ଷେତ୍ରରେ ଭାରତୀୟ ନାରୀ ସ୍ୱାଧିନ ଭାବେ ନିଷ୍ପତି ନେଇପାରୁନି । ପୁରୁଷ ପ୍ରଧାନ ସମାଜ ଆଜି ମଧ୍ୟ ନାରୀର ତଂଟିକୁ ଚିପି ଧରିଛି ।