ମୁଣ୍ତବିନ୍ଧା ରୁ କିପରି ପାଇବେ ଆଶ୍ବସ୍ତି

ସବୁଦିନେ ମୁଣ୍ତ ବିନ୍ଧୁଛି କି…

ଅନେକ ଲୋକଙ୍କର ପ୍ରତିଦିନ ମୁଣ୍ତବିନ୍ଧା ହୁଏ, ହେଲେ ସେମାନେ ଏହାକୁ ସାମାନ୍ୟ ଭାବନ୍ତି । ତେବେ ଏହାକୁ ହାଲୁକା ଭାବରେ ନେବା ଠିକ୍ ନୁହେଁ। ଏହା ଆଗକୁ ବଡ଼ ସମସ୍ୟା ପାଲଟିପାରେ।

ଯେତେବେଳେ ଆମେ ଠିକ୍‌ ସମୟରେ ଖାଦ୍ୟ ଖାଇନଥାଏ , ସେତେବେଳେ ରକ୍ତରେ ଶର୍କରା କମିଯାଏ, ଯେଉଁ କାରଣରୁ ମୁଣ୍ଡରେ ମୁଣ୍ତବିନ୍ଧା ଆରମ୍ଭ ହୁଏ। ଖାଲି ପେଟରେ ରହିଲେ ଏହି ସମସ୍ୟା ଆହୁରି ବଢ଼ିଯାଏ।

ଶରୀରରେ ଜଳର ଅଭାବ ରହିଲେ ମୁଣ୍ଡ ବିନ୍ଧେ। କମ୍‌ ପାଣି ପିଇବା ଦ୍ୱାରା ଶରୀର ଡିହାଇଡ୍ରେଟ୍ ହୋଇଯାଇଥାଏ । ଫଳରେ ମସ୍ତିଷ୍କକୁ ଠିକ୍ ମାତ୍ରାରେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ ଏବଂମୁଣ୍ତ ବିନ୍ଧୁ ହୋଇଥାଏ।

ଫୋନ୍ କିମ୍ବା କମ୍ପ୍ୟୁଟର୍‌ର ଅଧିକ ବ୍ୟବହାର ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧା ହୁଏ। ସ୍କ୍ରିନ୍‌ରୁ ବାହାରୁଥିବା ଆଲୋକ ଆଖି ଉପରେ ଚାପ ପକାଏ। ଫଳରେ ଆଖି ଥକିଯାଏ ଓ ଏହି ଥକାପଣ କ୍ରମଶଃ ମୁଣ୍ଡବିନ୍ଧାରେ ପରିଣତ ହୁଏ।

କମ୍ ନିଦ କିମ୍ବା ରାତିରେ ଅଧିକ ସମୟ ଉଜାଗର ରହିବା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ। ପର୍ଯ୍ୟାପ୍ତ ନିଦ ନହେବା ଦ୍ୱାରା ଶରୀର ଓ ମସ୍ତିଷ୍କ ଉଭୟଙ୍କୁ ବିଶ୍ରାମ ମିଳେନାହିଁ, ଫଳରେ ପରଦିନ ମୁଣ୍ଡ ଓଜନିଆ ଏବଂ ଯନ୍ତ୍ରଣା ଅନୁଭବ ହୁଏ।

ମାନସିକ ଚାପ କିମ୍ବା ଉତ୍କଣ୍ଠା, ମାଇଗ୍ରେନ୍ ଓ ଚାପଜନିତ ସମସ୍ୟାଗୁଡ଼ିକୁ ବଢ଼ାଇଥାଏ। ଅଧିକ ଚିନ୍ତା କରିବା କିମ୍ବା ଷ୍ଟ୍ରେସ୍ ଦ୍ୱାରା ବେକ ଓ ମୁଣ୍ଡର ମାଂସପେଶୀଗୁଡ଼ିକ ଟାଇଟ୍ ହୋଇଯାଏ। ଫଳରେ ଯନ୍ତ୍ରଣା ହେବାକୁ ଲାଗେ।