ବର୍ଷାଦିନେ କେମିତି ନେବେ କେଶର ଯତ୍ନ

ବର୍ଷାଦିନେ କେଶର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ନଚେତ୍ କେଶ ଜନିତ ଅନେକ ସମସ୍ୟା ଦେଖାଦେବା ସହ କେଶ ନଷ୍ଟ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ବର୍ଷା ଦିନରେ କେମିତି ନେବେ କେଶର ଯତ୍ନ –

-ଏହି ଋତୁରେ କେଶ ମୂଳ ଶୁଷ୍କ ବା ଶୁଖିଲା ରଖିବା ଉଚିତ।

-ଯଦି ବର୍ଷାରେ କେଶ ଓଦା ହୋଇଯାଇଛି ତେବେ ତାକୁ ଶୁଖାଇ ଦିଅନ୍ତୁ। ଓଦା କେଶକୁ ବାନ୍ଧନ୍ତୁ ନାହିଁ। ନଚେତ୍ ଏହାଦ୍ୱାରା ଫଙ୍ଗାଲ ଇନ୍ଫେକ୍‌ସନ୍ ହେବାର ଆଶଙ୍କା ରହିଛି।

-ଯଦି କେଶ ଓଦା ହୋଇଛି ତେବେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କାହିଁକି ନା ବର୍ଷାପାଣିରେ ଏସିଡ୍ ଥାଏ। ଯାହା କେଶକୁ ଖରାପ୍ କରିପାରେ।

-ସପ୍ତାହରେ ଦୁଇ ତିନିଥର ନିଶ୍ଚିତ ମୁଣ୍ଡ ସଫା କରନ୍ତୁ।-ମୁଣ୍ଡ ସଫା କରିବା ପୂର୍ବରୁ ତେଲ ନିଶ୍ଚିତ ଭାବେ ଲଗାନ୍ତୁ।

-ନଖ ଉଷୁମ ତେଲରେ କେଶ ମୂଳକୁ ଭଲଭାବେ ମାଲିସ କରନ୍ତୁ।

-କେଶକୁ ପ୍ରାକୃତିକ ଉପାୟରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ।

-ଓଦା କେଶକୁ କୁଣ୍ଡାନ୍ତୁ ନାହିଁ।

-ବଡ଼ ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ଛିଡ଼ିବ ନାହିଁ।

-ବହୁତ ଜୋର୍ରେ ରଗଡ଼ି ରଗଡ଼ି କେଶକୁ ପୋଛନ୍ତୁ ନାହିଁ।

-ଭିଟାମିନ୍-ଇ ଯୁକ୍ତ ଖାଦ୍ୟ ଖାଆନ୍ତୁ।

-କେମିକାଲ୍ ଯୁକ୍ତ ସାମଗ୍ରୀର ଅଧିକ ବ୍ୟବହାର କରନ୍ତୁ ନାହିଁ।