କେଶ ପ୍ରବଳ ଝଡ଼ୁଚି କି, ଆସନ୍ତୁ ଜାଣିବା ଏହାର କାରଣ

ପ୍ରଦୂଷଣ ମଧ୍ୟ କେଶ ଝଡ଼ିବାର ଅନ୍ୟ ଏକ କାରଣ ହୋଇଥାଏ….

ମହିଳା ହେଉ କିମ୍ବା ପୁରୁଷ କେଶ ଝଡ଼ିବା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି । କେଶ ଝଡ଼ିବା ସମସ୍ୟା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ ।

ଏହାସହ ଝିଅମାନେ ନିଜ କେଶକୁ ସୁନ୍ଦର ଦେଖାଯିବା ଓ ଘନ କରିବାକୁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସାମ୍ପୁ ଓ କଣ୍ଡିସନର ଇତ୍ୟାଦି ବହୁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥିବା ଜିନିଷ ବ୍ୟବହାର କରିଥାନ୍ତି ।

ଯାହାଫଳରେ କେଶ ବହୁ ଝଡ଼ିଥାଏ । ପ୍ରଦୂଷଣ ମଧ୍ୟ କେଶ ଝଡ଼ିବାର ଅନ୍ୟ ଏକ କାରଣ ହୋଇଥାଏ । ଏଥି ସହିତ ଏହାକୁ ଛାଡ଼ି ଦେଲେ ମଧ୍ୟ ଅନ୍ୟ କେତେ ଗୁଡ଼ିଏ କାରଣ ରହିଥାଏ ଯେଉଁଥି ପାଇଁ କେଶ ଝଡ଼ିଥାଏ ।

ଯଦି ଆପଣଙ୍କ ଶରୀରରେ ଆଇରନର ପରିମାଣ କମ୍ ରହିଥାଏ ତେବେ କେଶ ବହୁତ ପରିମାଣରେ ଝଡ଼ିଥାଏ । ଆଇରନ ହେୟାର ସେଲ ଉତ୍ପାଦନରେ ସାହାଯ୍ୟ କରିଥାଏ । ମହିଳାମାନେ ଓଜନ କମ କରିବା ପାଇଁ କ୍ୟାଲେରୀ ଯୁକ୍ତ ଖାଦ୍ୟ ବେଶି ଖାଆନ୍ତି ନାହିାଁ ଏହା ମଧ୍ୟ ଏକ କାରଣ ହୋଇଥାଏ ।