ସାତ୍ତ୍ଵିକ ଭୋଜନ ଆମେ ତାକୁ କହି ଆସିଛୁ, ଯେଉଁଥିରେ ବ୍ୟସନ ସୃଷ୍ଟି ନହୁଏ– ଏପରି ଭୋଜନ, ଯାହା କେବଳ ଶରୀରକୁ ଉର୍ଜା ଦେଇଥାଏ, ନିଶା ଦେଇନଥାଏ । ଯାହା ଶରୀରର କେବଳ ଆବଶ୍ୟକତା ପୂରଣ କରିଥାଏ, କିନ୍ତୁ ପାଗଳାମୀ ସୃଷ୍ଟି କରିନଥାଏ, ଯାହା ଶରୀରର ବିଳାସ ହୋଇଯାଇ ନଥାଏ । କିନ୍ତୁ ଆମେ ଏତେ ଚିନ୍ତନ କରି ନଥାଉ, ବିଚାର କରି ନଥାଉ । ଭିଡ଼ ଯାହା କରିଥାଏ ଆମେ ବି କରି ଚାଲିଥାଉ ।
ଭୋଜନର, ଆହାରର ଚିନ୍ତନା ରେ ଭାରତ ଯେପରି ଗତି କରିଛି, କୌଣସି ଦେଶ କେବେ କରିନାହିଁ, କାରଣ ଭାରତ କୁ ପ୍ରଥମେ ଏହି ବିଚାର ଆସିବା ଆରମ୍ଭ ହେଲା ….. କି ଯଦି ଏହି ଶରୀର ଭିତରକୁ ଯିବାକୁ ହେବ ତ ଏହି ଶରୀର କୁ ବଦଳାଇବାକୁ ହେବ; ଯେପରି ଏ ଶରୀର ଅଛି, ଏହା ପର୍ଯ୍ୟାପ୍ତ ନୁହେଁ।