ସୁଖ କେମିତି ମିଳେ ଜାଣନ୍ତୁ

Happiness

ସୁଖପ୍ରାପ୍ତିର ଚେଷ୍ଟା..

ବିଦ୍ୟାଳୟ , ମହାବିଦ୍ୟାଳୟ ଇତ୍ୟାଦିରେ ଇତିହାସ , ଗଣିତ, ଭୂଗୋଳ ଇତ୍ୟାଦି ବିଷୟ ପଢ଼ାଯାଏ କିନ୍ତୁ ଆନନ୍ଦ କିପରି ପାଇହୁଏ, ତାହା ଶିଖାଯାଏ ନାହିଁ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜର ପଞ୍ଚ ଜ୍ଞାନେନ୍ଦ୍ରିୟ , ମନ , ବୁଦ୍ଧି ସାହାଯ୍ୟରେ ଅଧିକରୁ ଅଧିକ ସୁଖପ୍ରାପ୍ତି ନିମନ୍ତେ ଚେଷ୍ଟା କରିଥାଏ ।

ବିଷୟସୁଖ ଭୋଗିବା ନିମନ୍ତେ ମନୁଷ୍ୟ ବିବାହ କରେ ଏବଂ କିଛି କାଳ ପରେ ଦୁଃଖ ଭୁଲାଇବା ପାଇଁ ପୁଣି ବିଷୟସୁଖ ଭୋଗ କରିବାକୁ ଚେଷ୍ଟା କରେ । ବିଷୟସୁଖ ଭୋଗିବା ଦ୍ୱାରା ଅଳ୍ପ ସମୟ ନାହିଁଦୁଃଖ ଭୁଲିହୁଏ ସିନା ସମ୍ପୂର୍ଣ୍ଣରୂପେ ଦୂର କରିହୁଏ ନାହିଁ।