ଅଦାର ଲାଭଦାୟକ ଗୁଣ ଜାଣନ୍ତୁ…

ସାଧାରଣତଃ ବର୍ଷା ଋତୁର ମଜାନେବାକୁ ଯାଇ ଲୋକେ ଅଦା ପକା ଚା’ ପିିଇଥା’ନ୍ତି। କାରଣ ଏହା ଏହି ଋତୁର ମଜାକୁ ଅଦା ଚା’ ଦ୍ୱିଗୁଣିତ କରିଦେଇଥାଏ। କେବଳ ଯେ ଚା’ ତାହା ନୁହେଁ, ଅନେକ ପ୍ରକାରର ବ୍ୟଞ୍ଜନରେ ମଧ୍ୟ ଆମେ ଅଦାର ବ୍ୟବହାର କରିଥାଉ।ଯାହାକି ଖାଦ୍ୟର ସ୍ୱାଦକୁ ବଦଳାଇଦେଇଥାଏ।

ଅଦା ଆମ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହିତ ସୌନ୍ଦର୍ୟ୍ୟ ଲାଗି ବେଶ୍ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଅଦାରେ ରହିଥିବା ବିଶେଷ ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।

ତେଣୁ ଆପଣ ଯଦି ଆପଣଙ୍କ କେଶଜନିତ କୌଣସି ସମସ୍ୟା ଲାଗି ଚିନ୍ତାରେ ପଡ଼ିଥା’ନ୍ତି ତ, ତେବେ ଅଦାର ପ୍ରୟୋଗ କରିପାରନ୍ତି। ସକାଳୁ ଉଠି ଖାଲିପେଟରେ ଅଦା ଖାଇବା ଦ୍ୱାରା କେଶରେ ପ୍ରାକୃତିକ ଚମକ ଆସିଥାଏ। ଅଦା ରସରେ ଲେମ୍ବୁ ରସକୁ ମିଶାଇ ଲଗାଇବା ଦ୍ୱାରା ବି କେଶକୁ ଅନେକ ଫାଇଦା ମିଳିଥାଏ।