ଏଥିରେ ରହିଛି ଭିଟାମିନ୍ ଏ, ଭିଟାମିନ୍ ସି, କେ, ବି ୨, ବି ୩, ବି ୬ ଓ ଇ। ଏହା ବ୍ୟତୀତ ଏଥିରେ ଫାଇବର, ପୋଟାସିୟମ୍, କପର୍ ଓ ଜିଙ୍କ୍ ମଧ୍ୟ ରହିଛି। ତା’ ହେଲେ ଆସନ୍ତୁ ଜାଣିବା ଗାଜର ଖାଇଲେ, କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ଗାଜରରେ କ୍ୟାଲୋରୀ ବହୁତ କମ୍ ଥିବାରୁ ଶରୀରର ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।
ଗାଜରରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ ରହିଛି। ତେଣୁ ପ୍ରତିଦିନ ଗୋଟିଏ ଗ୍ଲାସ୍ ଗାଜର ଜୁସ୍ ପିଇଲେ ସ୍କିନ୍ ଓ ଆଖି ସମସ୍ୟା ଦୂର ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଗାଜର ଖାଇଲେ ଶରୀରରେ ଥିବା ମେଟାବୋଲିଜିମ୍ରେ ସୁଧାର ଆସିଥାଏ।
ଏହା ସହିତ ଫାଇନ୍ ଲାଇନ୍ସ, ସ୍କିନ୍, ଏଜିଙ୍ଗ୍ ଓ ତ୍ୱଚାରେ କୁଞ୍ଚନ ପଡ଼ିନଥାଏ। ଗାଜର ଜୁସ୍ ପିଇଲେ ଶରୀରରେ ପିତ୍ତ ସ୍ରାବ ବଢ଼ିଥାଏ। ପିତ୍ତ ଶରୀରରେ ଫ୍ୟାଟ୍କୁ କମ୍ କରିବାରେ ସାହାଯ୍ୟ କରିଥାଏ।