କାକୁଡ଼ି ହେଉଛି ଏକ ପୃଷ୍ଟିକର ଫଳ। ଯାହା ଆପଣଙ୍କ ଡାଏଟ୍ ପାଇଁ ଖୁବ୍ ଉପାଦେୟ। ଏହି ଫଳରେ ଖଣିଣ, ଭିଟାମିନ୍ ଏବଂ ଇଲେକ୍ଟ୍ରୋଲାଇଟସ୍ ଭରପୂର ରହିଛି।
ସାଣ୍ଡୱିଚ୍, ସାଲାଡ୍ ଏବଂ ରାଇତା ପାଇଁ କାକୁଡ଼ିକୁ ଘରେ ଘରେ ବ୍ୟବହାର କରାଯାଏ। ଡାଇବେଟିସ୍ ରୋଗୀଙ୍କ ପାଇଁ କାକୁଡ଼ି ଖୁବ୍ ଉପକାରୀ।
ଭିଟାମିନ୍ ‘ଏ’, ‘ବି’ ଏବଂ ‘ସି’ ତଥା ଅନେକ ପ୍ରକାର ମିନେରାଲସ୍ ଏବଂ କ୍ୟାଲସିୟମ ପ୍ରଭୃତି ରହିଥାଏ। ଏହାବ୍ୟତୀତ ଗରମ ଦିନେ ଶରୀରରୁ ଜଳୀୟ ଅଂଶ କମିଲେ କାକୁଡ଼ି ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। କାକୁଡ଼ିରେ ୯୫ ପ୍ରତିଶତ ଜଳୀୟ ଅଂଶ ଥାଏ।