କାକୁଡି ଜୁସ୍‍ର ଲାଭଦାୟିକ ଗୁଣ ଜାଣନ୍ତୁ…

ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ….

ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟପେୟ ସହ ଜୀବନଶୈଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ଏହା ନିୟନ୍ତ୍ରଣରେ ରହିବା ଆବଶ୍ୟକ। ନଚେତ୍‍ ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ। ଏହା ହୃଦୟ ଉପରେ କୁପ୍ରଭାବ ପକାଇବା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ମାତ୍ର ଜୀବନଶୈଳୀରେ କିଛି ପରିବର୍ତ୍ତନ ସହ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ତେବେ ନିଜ ଖାଦ୍ୟରେ କାକୁଡି ଜୁସ ନିଶ୍ଚୟ ସାମିଲ କରନ୍ତୁ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

କାକୁଡିରେ କ୍ୟାଲସିୟମ, ପୋଟାସିୟମ, ମିନେରାଲ୍ସ ରହିଛି। ଏଥିରେ ଅଧିକ ଜଳର ମାତ୍ରା ମଧ୍ୟ ରହିଛି। ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହାବ୍ୟତୀତ ଏଥିରେ ପ୍ରୋଟିନ,ଭିଟାମିନ ଏ, ବି-୧୨, ବି-୬,ଭିଟାମିନ ସି ଓ ଡି ରହିଛି।