ରସୁଣ ଓ ମହୁର ଲାଭଦୟକ ଗୁଣ

ଏହା ପାଚନ ପ୍ରକ୍ରିୟା ବଢ଼ାଇବାରେ ସାହାଯ୍ୟ କରେ….

ଥଣ୍ଡା ସମୟରେ ରସୁଣ ବ୍ୟବହାର ବଢ଼ିଥାଏ । ରସୁଣ ସମସ୍ତଙ୍କ ଘରେ ସହଜରେ ମିଳିଯାଏ । ରସୁଣ ଖାଇଲେ ସ୍ୱାଦ ବଢ଼ିବା ସହ ଅନେକ ରୋଗ ମଧ୍ୟ ଶରୀରରୁ ଦୁର ହୋଇଯାଏ। ରସୁଣ ସହ ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦରେ ମହୁକୁ ବହୁତ ଉପକାରି ବୋଲି କୁହାଯାଇଛି।

ଥଣ୍ଡା, କାଶ ଓ ଉଚ୍ଚ ରକ୍ତଚାପ ରୋଗିମାନଙ୍କୁ ରସୁଣ ଓ ମହୁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ମହୁ ଓ ରସୁଣ ଏକାସାଙ୍ଗେ ମିଶାଇ ଖାଉଛନ୍ତି ଏହାର ଗୁଣ ଅଧିକ ବଢ଼ିଯାଏ । ଏହା ପାଚନ ପ୍ରକ୍ରିୟା ବଢ଼ାଇବାରେ ସାହାଯ୍ୟ କରେ ।

ରସୁଣରେ ଭିଟାମିନ ବି୬ ଓ ସି, ଫାଇବର, ମାଙ୍ଗାନିଜ, କ୍ୟାଲ୍ସିୟମ୍, ଭଳି ପୋଷକ ତତ୍ୱ ଥାଏ । ଯାହା ଓଜନ କମ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ।

ରସୁଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଓ ଶରୀରରୁ ବିଶାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ।

ରସୁଣ ଖାଇଲେ ଶରୀରରେ ଚୟାପଚୟ ପ୍ରକ୍ରିୟା ବଢ଼ିଥାଏ ଓ ଶରୀରରେ ଥିବା ଅଧିକ ଚର୍ବିକୁ କମାଇବାରେ ସାହାଯ୍ୟ କରେ।