ଅଙ୍ଗୁରୁର ଲାଭଦାୟକ ଗୁଣ ଜାଣନ୍ତୁ…

ଅଙ୍ଗୁର ରସରେ ଭିଟାମିନ୍-ସି, ଭିଟାମିନ୍-କେ, ଫାଇବର, ଖଣିଜ ପଦାର୍ଥ, କ୍ୟାଲୋରୀ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ।  ସେଥିପାଇଁ ଅଙ୍ଗୁରକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି କୁହାଯାଏ। ଆସନ୍ତୁ ଜାଣିବା ଅଙ୍ଗୁର ଖାଇଲେ ଶରୀରକୁ କ’ଣ ସବୁ ଉପକାରିତା ମିଳିଥାଏ। ହୃଦୟ ରୋଗକୁ ରୋକିଥାଏ- ଏବେ ହୃଦୟ ସମ୍ବନ୍ଧୀୟ ରୋଗ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ, ହୃଦୟ ରୋଗକୁ ରୋକିବା ପାଇଁ ଅଙ୍ଗୁର ଖାଇବା ଲାଭଦାୟକ ହୋଇଥାଏ।

ଅଙ୍ଗୁରରେ ଥିବା ଉପାଦାନ ରକ୍ତନଳୀର କାର୍ଯ୍ୟକୁ ସୁସ୍ଥ ରଖିଥାଏ। ଅଙ୍ଗୁରରେ ବିଭିନ୍ନ ଉପାଦାନ ରହିଛି, ଯେପରିକି ରେସଭେରାଟ୍ରୋଲ ଏବଂ କ୍ୱାରସେଟିନ, ଯେଉଁଥିରେ କର୍କଟ ନିରୋଧୀ ଗୁଣ ଥିବାରୁ ଏହା ଟ୍ୟୁମରର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ। ସେହିଭଳି ଅଙ୍ଗୁରରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗକୁ ପ୍ରତିରୋଧ କରିଥାଏ।