ଗ୍ରୀନ କଫିର ଲାଭଦାୟକ ଗୁଣ ଜାଣନ୍ତୁ…

ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି….

ଚା’ ଓ କଫି ବିଭିନ୍ନ ପ୍ରକାର ରହିଛି । ତେବେ ବ୍ଲାକ କଫି ନାଁ ବେଶ ଜଣାଶୁଣା । ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର ସବୁଜ ରଙ୍ଗର ମଞ୍ଜି ବ୍ୟବହାର କରାଯାଏ ।

ପ୍ରଥମେ ମଞ୍ଜିକୁ ଅଲଗା କରାଯାଇ ଶୁଖାଯାଇଥାଏ । ଏହାପରେ ଏହାକୁ ପେଷି ଗୁଣ୍ଡ କରାଯାଏ । ଗ୍ରୀନ କଫିର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଛି । ଏହାକୁ ସେବନ ଦ୍ୱାରା ମୋଟାପଣ ହ୍ରାସ ହେବା ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଏହାସହ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି ।

ବାହାର ଖାଦ୍ୟର ଅଧିକ ସେବନ, ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ମୋଟାପଣର କାରଣ ପାଲଟିଥାଏ । ଗ୍ରୀନ କଫି ସେବନ କରିବା ଦ୍ୱାରା ଶରୀରର ଫ୍ୟାଟ୍‍କୁ ଦ୍ରୁତ ଗତିରେ ହ୍ରାସ କରିଥାଏ ।