ମହୁର ଲାଭଦୟାକ ଗୁଣ ଜାଣନ୍ତୁ…

ମହୁକୁ ସ୍ୱାସ୍ଥ୍ୟ ପାଇଁ ବରଦାନ ବୋଲି କୁହାଯାଏ। ମାତ୍ର ସ୍ୱାସ୍ଥ୍ୟ ସହ ମହୁ ଭାଗ୍ୟକୁ ମଧ୍ୟ ଚମକାଇଥାଏ। ମହୁର କିଛି ସ୍ୱତନ୍ତ୍ର ଉପାୟ ଗ୍ରହ ଦୋଷ, ଚାକିରି-ଧନ ଆଦି ସମସ୍ୟାକୁ ଦୂର କରିଥାଏ। ମହୁର ବ୍ୟବହାର ଅଧିକାଂଶ ଲୋକେ କରି ଥାଆନ୍ତି। ପ୍ରାୟ ଅଧିକାଂଶଙ୍କ ଘରେ ଏହା ଉପଲବ୍ଧ। ଏହା ପ୍ରାକୃତିକ ଭାବେ ମିଳିଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଔଷଧ ଭଳି କାମ କରିଥାଏ ।

ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହାର ବ୍ୟବହାର କରାଯାଏ। ପଞ୍ଚାମୃତ ତିଆରି ଠାରୁ ଆରମ୍ଭ କରି ଭଗବାନ ଶିବଙ୍କ ଅଭିଷେକ ପର୍ଯ୍ୟନ୍ତ ମ ହୁର ବ୍ୟବହାର ହୋଇଥାଏ। ତେଣୁ ସ୍ୱାସ୍ଥ୍ୟ ସହ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହୁ ସହ ଜଡିତ ଏପରି କିଛି ଉପାୟ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।