ଜାମୁକୋଳିର ଉପକାରିତା ବିଷୟରେ ଜାଣନ୍ତୁ…

ମଧୁମେହ ରୋଗୀଙ୍କୁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ବାରଣ କରାଯାଉ ଥିଲେ ମଧ୍ୟ ଜାମୁକୋଳି ଏକ ଏପରି ଫଳ ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। କେବଳ ଜାମୁକୋଳି ନୁହେଁ, ଏହାର ପତ୍ର, ଫଳ ଏବଂ ମଞ୍ଜି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ।

ଜାମୁକୋଳି ମଞ୍ଜିରେ ଜାମ୍ବୋଲିନ୍ ନାମକ ଏକ ଯୌଗିକ ଥାଏ, ଯାହାର ମଧୁମେହ ବିରୋଧୀ ଗୁଣ ରହିଛି। ଏହି ଯୌଗିକ ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଜାମୁକୋଳି ପତ୍ର ଇନସୁଲିନ୍ ଉତ୍ପାଦନ ବୃଦ୍ଧି କରିଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ। ଆହୁରି ମଧ୍ୟ ଜାମୁକୋଳି ପତ୍ରରେ ଆଣ୍ଟିହାଇପରଲିପିଡେମିକ୍, ଆଣ୍ଟିହାଇପରଗ୍ଲିସେମିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ମିଳିଥାଏ। ଯେଉଁ କାରଣରୁ ରକ୍ତରେ ଶର୍କରା ନିୟନ୍ତ୍ରିତ ହୁଏ, ଏହାର ପତ୍ର ଅକ୍ସିଡେଟିଭ୍ ଚାପ ଏବଂ ପ୍ରଦାହକୁ ମଧ୍ୟ ହ୍ରାସ କରିଥାଏ।