ଆମର ଖାଇବା ପିଇବା ହିଁ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏପରି ପରିବା ବିଷୟରେ, ଯାହାକୁ ଖାଇବା ଦ୍ୱାରା ଆପଣଙ୍କୁ କେବଳ ଶକ୍ତି ଦେବ ନାହିଁ ବରଂ ଗୁରୁତର ରୋଗଠାରୁ ବି ବଞ୍ଚାଇବ ।
ଏହି ପରିବା ଅନ୍ୟ ପରିବା ଅପେକ୍ଷା ୫୦ ଗୁଣ ଅଧିକ ଶକ୍ତି ଏବଂ ପ୍ରୋଟିନ୍ ଯୋଗାଇଥାଏ, ଯାହାର ନାମ କାଙ୍କଡ । କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ।
ଏହା ସହ କର୍କଟରୋଗୀଙ୍କ ପାଇଁ କାଙ୍କଡ ବହୁତ ଲାଭଦାୟକ ଅଟେ । ପ୍ରକୃତରେ କାଙ୍କଡରେ ଯେତେ ମାତ୍ରାରେ ପ୍ରୋଟିନ ଏବଂ ପୋଷକ ତତ୍ୱ ରହିଛି, ତାହା ଅନ୍ୟ କୌଣସି ମାଂସ କିମ୍ବା ଅଣ୍ଡାରେ ମିଳିବ ନାହିଁ । ଗବେଷଣା ଅନୁଯାୟୀ ନିୟମିତ କାଙ୍କଣ ଖାଇବା ଦ୍ୱାରା ଶରୀରକୁ ଫିଟ୍ ରଖିପାରିବେ ।