ସାଧାରଣ ପାଣିରେ ଭରପୁର ମାତ୍ରାରେ ମିନେରାଲ୍ସ ଓ ପୋଷକ ତତ୍ତ୍ୱ ରହିଛି। ପ୍ରାକୃତିକ ରୂପରେ ଶରୀରର ଅନେକ ଅଭାବ ଦୂର କରିଥାଏ। ସେହିପରି ଦୂଷିତ ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ବିଶେଷ କରି ଖରାଦିନେ ପାଣିରେ କେଉଁ ଜିନିଷ ମିଶାଇ ପିଇବା ଉଚିତ୍।
ଏକ ବୋତଲରେ ପାଣି ଭର୍ତ୍ତି କରି ରଖନ୍ତୁ। ଏଥିରେ କିଛି କାକୁଡି ଖଣ୍ଡ ଓ ପୁଦିନାପତ୍ର ପକାଇ ରଖନ୍ତୁ। ଦିନ ଯାକ ଏହାର ସେବନ କରନ୍ତୁ। ଏହା ଶରୀରର ଜଳୀୟ ଅଂଶର ଅଭାବ ଦୂର କରିଥାଏ। ହାଲିଆ ଅନୁଭବ ହୋଇନଥାଏ। ଖରାଦିନେ ଲେମ୍ବୁ ପାଣିର ସେବନ ନିଶ୍ଚୟ କରନ୍ତୁ। ଏହାସହ ପାଣିରେ ଲୁଣ ବଦଳରେ ଲେମ୍ବୁ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।