ଅଧିକାଂଶ ଲୋକେ ପାଚିଲା ଅମୃତଭଣ୍ଡା କିମ୍ବା କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇଥାଆନ୍ତି। ମାତ୍ର ସିଧାସଳଖ କଞ୍ଚା ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଅଧିକାଂଶ ଲୋକେ ହୁଏତ ଜାଣିନଥିବେ।
ନିୟମିତ ଭଣ୍ଡା ଖାଇଲେ ଚର୍ମ ଜନିତ ରୋଗରୁ ମୁକ୍ତି ମିଳିଥାଏ। ଅମୃତଭଣ୍ଡାରେ ଭିଟାମିନ ଏ , ସି ଆଦି ରହିଥିବାରୁ ଏହା ଆମକୁ ଶକ୍ତି ଯୋଗାଇବା ସହ ବହୁ ରୋଗରୁ ରକ୍ଷା କରିଥାଏ।
ନିୟମିତ ଥଣ୍ଡା କାଶ , ଜ୍ୱର ହେଉଥିଲେ ଅମୃତଭଣ୍ଡା ପତ୍ରକୁ ବାଟି ଏହାର ପାଣିକୁ ପିଇଲେ ଏହା ସଂପୂର୍ଣ୍ଣ ଭଲ ହୋଇଥାଏ। ପାଚିଲା ଅମୃତଭଣ୍ଡାରେ ବହୁ ଭିଟାମିନ ରହିଥିବାରୁ ଏହା ଖାଇବା ମଧ୍ୟ ଶରୀର ପାଇଁ ଖୁବ ହିତକାରକ ଅଟେ।
ଏହାର ପତ୍ରକୁ ବାଟି ଡ଼େଙ୍ଗୁ ରୋଗୀଙ୍କୁ ପିଇବାକୁ ମଧ୍ୟ ଦିଆଯାଏ। ଭଣ୍ଡା ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ସିଝା ଭଣ୍ଡାକୁ ନିୟମିତ ଖାଇଲେ ଶରୀରରେ ବହୁ ମାତ୍ରାରେ ରକ୍ତ ହୋଇଥାଏ। ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ହୋଇଥାଏ।
ପାଚିଲା ଅମୃତଭଣ୍ଡା ଭଳି କଞ୍ଚା ଅମୃତଭଣ୍ଡା ମଧ୍ୟ ପେଟ ପାଇଁ ଖୁବ ଲାଭଦାୟକ। ଏହା ଗ୍ୟାଷ୍ଟ୍ରିକ, ପେଟ ଯନ୍ତ୍ରଣା ଓ ପାଚନ ଜନିତ ସମସ୍ୟାକୁ ଦୂର କରିଥାଏ। ଖାଦ୍ୟକୁ ମଧ୍ୟ ଭଲ ଭାବେ ହଜମ କରିଥାଏ।