ରୋଷ୍ଟେଡ ଚଣାର ଲାଭଦାୟକ ଗୁଣ ଜାଣନ୍ତୁ….

ରୋଷ୍ଟେଡ ଚଣା ବା ଭଜା ବୁଟ । ଏଥିରେ ରହିଛି ପ୍ରଚୁର ପ୍ରୋଟିନ । ସ୍ୱାସ୍ଥ୍ୟ ପାଇଁ ବି ବେଶ ଭଲ । ପ୍ରୋଟିନ ବେସଡ ସ୍ନାକ୍ସ କଥା ପଡିଲେ ସମସ୍ତଙ୍କ ପ୍ରଥମ ପସନ୍ଦ ରୋଷ୍ଟେଡ ଚଣା ଅର୍ଥାତ ଭଜା ବୁଟ । ଏହା ଅନ୍ୟ ପ୍ରୋଟିନ ସ୍ନାକ୍ସ ତୁଳନାରେ ଅନେକ ଲାଭଦାୟକ । ଏହାକୁ ଲୋକେ ଇନଷ୍ଟାଣ୍ଟ ଏନର୍ଜୀ ବୁଷ୍ଟର ପରି ବ୍ୟବହାର କରନ୍ତି । ପିଲାମାନେ ମଧ୍ୟ ଏହାକୁ ବହୁତ ଭଲ ପାଆନ୍ତି । ପିଆଜ, ବିଲାତି, ଧନିଆ ପତ୍ର ଏବଂ ଲଙ୍କା ଗୁଣ୍ଡ ପକାଇ ଚଟପଟା ଚାଟ ତିଆରି ହୋଇଥାଏ । ଏହା ପୃଷ୍ଟିକର ସହ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲାଭଦାୟକ ବିଷୟରେ..

-୧୦୦ ଗ୍ରାମ ରୋଷ୍ଟେଡ ଚଣାରେ ୧୮.୬୪ ଗ୍ରାମ ପ୍ରୋଟିନ ଏବଂ ୧୬.୮ ଗ୍ରାମ ଫାଇବର ମିଳିଥାଏ, ଯାହା ପ୍ରତିଦିନ ବ୍ୟକ୍ତିଙ୍କୁ ପର୍ୟ୍ୟାପ୍ତ ମାତ୍ରାରେ ପ୍ରୋଟିନ ଦେଇଥାଏ । ଫାଇବରର ଅଧିକ ମାତ୍ରା ଥିବାରୁ ଏହା କୋଷ୍ଠକାଠିନ୍ୟ ସୃଷ୍ଟି କରେ ନାହିଁ ।

-ଏହା ଭିଟାମିନ ବି, ଭିଟାମିନ ସି, ଫୋଲେଟ, ଥିୟାମିନ, ରାଇବୋଫ୍ଲେବିନ ଏବଂ ମିନେରାଲରେ ଭରପୁର ଏକ ସଂପୂର୍ଣ୍ଣ ପୃଷ୍ଟିକର ଆହାର, ଯାହା ଇମ୍ୟୁନିଟି ବଢାଇଥାଏ ।

-ଫାଇବର ସହ ଭରପୁର କାରଣରୁ ଅଧିକ ସମୟ ଭୋକ ହୋଇ ନଥାଏ । ଯେଉଁଥିରେ କ୍ରେଭିଙ୍ଗ କମ ହୋଇଥାଏ ଏବଂ ଓଜନ କଣ୍ଟ୍ରୋଲରେ ରହିଥାଏ ।

-ମାଗ୍ନେସିୟମ, କାଲସିୟମ, ପୋଟାସିୟମ ପରି ଆବଶ୍ୟକୀୟ ମିନେରାଲ କାରଣରୁ ରେଷ୍ଟେଡ ଚଣା ହାର୍ଟ ହେଲଥ ପାଇଁ ଉତ୍ତମ ଅଟେ ।

-ଏଥିରେ ଆଇରନ ମଧ୍ୟ ରହିଥାଏ, ରକ୍ତହୀନତାର ଶିକାର ହୋଇଥିବା ମହିଳାମାନେ ଏହାକୁ ଖାଇପାରିବେ ।

-ନେଚୁରାଲ ଫ୍ୟାଟ ଫ୍ରୀ, ସାଚୁରେଟେଡ ଫ୍ୟାଟ ଫ୍ରୀ, ଏବଂ ସୋଡିୟମ ଫ୍ରୀ ବି ହୋଇଥାଏ, ଯାହା ହାର୍ଟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।