ଶାଗୁ ପଣାର ଲାଭଦାୟକ ଗୁଣ ଜାଣନ୍ତୁ…

ସାଧାରଣତଃ ଆମେ ବଜାରରୁ କିଣି ପାଇଥାନ୍ତି। ଜାଣିଛନ୍ତି, ଏହାକୁ ଆପଣ ଘରେ ତିଆରି କରି ପିଇପାରିବେ। ଶାଗୁ, ମିଶିରି, ନଡ଼ିଆ କୋରା, ଛେନା, କଟା ଅଙ୍ଗୁର, ବେଦନା, କାଜୁ, ଆଲମଣ୍ଡ, ଚେରି, କଦଳି, ସେଓ, ଦହି, ଗୋଲମରି ଗୁଣ୍ଡ ପ୍ରଥମେ ଶାଗୁକୁ ୨ରୁ ୩ ଘଣ୍ଟା ପୂର୍ବରୁ ଭିଜାଇ ରଖି ଦିଅନ୍ତୁ। ଏହା ଭଲ ଭାବରେ ଭିଜିଗଲା ପରେ ଶାଗୁକୁ ପାଣିରୁ ଛାଣି ଅନ୍ୟ ପାତ୍ରରେ ରଖନ୍ତୁ। ପରେ ଦହିକୁ ଏକ ପାତ୍ରକୁ ଆଣି ଭଲ କରି ଗୋଳାନ୍ତୁ। ପରେ ସେଥିରେ ଅଳ୍ପ ମିଶିର ପାଣି ପକାନ୍ତୁ। ଏହାପରେ ସେଥିରେ ଶାଗୁ, ନଡ଼ିଆ କୋରା, ଛେନା, କଟା ଅଙ୍ଗୁର,  ବେଦନା, କଟା କଦଳି, କଟା ସେଓ ଓ ଗୋଲମରି ଗୁଣ୍ଡ ପକାଇ ହାଲକା ଭାବରେ ଚକଟି ଦିଅନ୍ତୁ।