ଷ୍ଟ୍ରବେରୀ ଏପରି ଏକ ଫଳ, ଯାହା ସବୁ ଋତୁରେ ମିଳିଥାଏ। ଏହାକୁ ବିଶେଷ କରି ଗରମ ଦିନରେ ହିଁ ଲୋକେ ଅଧିକ ଖାଇବାକୁ ପସନ୍ଦ କରିଥା’ନ୍ତି। କାରଣ ଷ୍ଟ୍ରବେରୀ ଆପଣଙ୍କୁ ଡିହାଇଡ୍ରେସନ୍ରୁ ରକ୍ଷା କରିଥାଏ। ଷ୍ଟ୍ରବେରୀ ଖାଇଲେ ଅନେକ ଗମ୍ଭୀର ରୋଗ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
କ୍ୟାନସର ପରି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ ଲାଇଫ୍ଷ୍ଟାଇଲରେ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ। ଏଥିପାଇଁ ଦୈନନ୍ଦିନ ଭୋଜନରେ ଷ୍ଟ୍ରବେରୀରୁ ସାମିଲ କରନ୍ତୁ। ଏଥିରେ କ୍ୟାନସର ସେଲ୍କୁ ନଷ୍ଟ କରିବା ପାଇଁ ପୋଷକତତ୍ତ୍ୱ ରହିଛି।
ମାନସିକ ଓ ଶାରୀରିକ ସମସ୍ୟାରେ ରହିଲେ, ଆପଣ ଚାପରେ ରହିଥା’ନ୍ତି। ଠିକ୍ ସମୟରେ ଏହାର ଚିକିତ୍ସା ନକଲେ, ଦୈନନ୍ଦିନ ଜୀବନ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଚାପ କମ୍ କରିବା ପାଇଁ ପ୍ରତିଦିନ ଷ୍ଟ୍ରବେରୀ ଖାଆନ୍ତୁ।