ମୋଟାପଣ କମାଇବାକୁ କେହି କେହି ମେଡିସିନ୍ ଖାଇଥାନ୍ତି ତ ଆଉ କେହି ଜିମ୍ ଯାଇ କସରତ କରିଥାନ୍ତି। କିନ୍ତୁ ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଯଦି ଆପଣ ମୋଟ ହେଉଛନ୍ତି ତେବେ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ। କାରଣ ନିଜ ବାଡି ବଗିଚାରେ ଥିବା ଫଳମୂଳ ଖାଇ ଓଜନ କମାଇପାରିବେ।
ଯେପରି ଅଁଳା ଫଳ। ଆସନ୍ତୁ ଜାଣିବା ଅଁଳା ଖାଇବା ଦ୍ବାରା ଓଜନ କିପରି କମିଥାଏ । ଅଁଳାରେ ଭିଟାମିନ୍ ସି ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ଯାହାକି ବିଷାକ୍ତ ପଦାର୍ଥକୁ ଶରୀରରେ ବାହାର କରିବାରେ ସାହାଯ୍ୟ କରିଥାଏ । ପେଟ ପାଇଁ ଅଁଳାକୁ ସୁପର ଫୁଡ ବୋଲି କୁହାଯାଏ । ଏଥିରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।