ଆମେ ସାଧାରଣତଃ ବହୁତ ପରିବାକୁ ଉପକାରୀ ଭାବେ ଜାଣିଥିଲେ ବି ମଧ୍ୟ ତାହାକୁ ଖାଇନଥାନ୍ତି । ଲୋକ ପାଟିକୁ ସୁଆଦିଆ ଲାଗିନଥାଏ ବୋଲି ଖାଇନଥାନ୍ତି ତ ଆଉ କିଛି ଲୋକ ଏହାକୁ ଖାଇବାକୁ ଆଦୌ ଇଛା ପ୍ରକାଶ କରନ୍ତି ନାହିଁ । ତେବେ ଏହାରି ଭିତରେ ବିଟ୍ ହେଉଛି ଏଭଳି ଏକ ପରିବା ଯାହାକୁ ଆମେ ଉପକାରୀ ବୋଲି ଜାଣିଥିଲେ ବି ତାହାକୁ ଖାଇନଥାନ୍ତି ।
କାମ କରିବା ସମୟରେ ଯଦି ଥକ୍କା ଅନୁଭବ କରନ୍ତି, ତେବେ ସାଙ୍ଗେ ସାଙ୍ଗେ ବିଟ୍ ଜୁସ୍ ପିଅନ୍ତୁ । ଏହା ପିଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ ।
ବିଟ୍ରେ ଭିଟାମିନ୍ B ଓ C ସହିତ ଫସ୍ଫରସ୍,କ୍ୟାଲ୍ସିୟମ୍, ପ୍ରୋଟିନ୍ ଓ ଆଂଟି- ଅକ୍ସିଡାନ୍ସ ରହିଛି । ଏହା ଖାଇବା ଦ୍ୱାରା ରକ୍ତ ପରିଷ୍କାର ହେବା ସହିତ ଶରୀରରେ ଅମ୍ଳଜାନ ବଢାଇବାରେ ଏହା ସାହାଯ୍ୟ କରେ।