ମେଥି ପାଣିର ଉପକାରିତା ବିଷୟରେ ଜାଣନ୍ତୁ…

ବିଭିନ୍ନ ପ୍ରକାର ଖାଦ୍ୟକୁ ଡାଏଟରେ ସାମିଲ୍ କରନ୍ତି।ଏହି କ୍ଷେତ୍ରରେ ମେଥି ମଧ୍ୟ ଖୁବ୍ ଉପକାରୀ ପେଟରେ ବଢୁଥିବା ଚର୍ବିକୁ ରୋକିପାରିବ। ଓଜନ ହ୍ରାସ ପାଇଁ ବ୍ୟାୟାମ କରିବା ସହିତ ପ୍ରତିଦିନ ଖାଲି ପେଟରେ ମେଥି ଖାଇବା ଲାଭଦାୟକ। ଏହା ପେଟରେ ବଢୁଥିବା ଚର୍ବିକୁ ହ୍ରାସ କରିପାରିବ। ଏଥିପାଇଁ ରାତିରେ ଏକ ଗ୍ଲାସ୍ ପାଣିରେ ପ୍ରାୟ ଏକ ଚାମଚ ମେଥି ମଞ୍ଜି ଭିଜାନ୍ତୁ। ପରଦିନ ସକାଳେ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ।ମେଥି ମଞ୍ଜିରେ ମିଳୁଥିବା ଉପାଦାନଗୁଡ଼ିକ ମେଟାବୋଲିଜିମ୍ ଶକ୍ତିକୁ ବୃଦ୍ଧି କରିପାରନ୍ତି।