ଲେମ୍ବୁପାଣିର ଉପକାରିତା ବିଷୟରେ ଜାଣନ୍ତୁ…

ଖରାଦିନେ ଲୋକମାନେ ଅଧିକ ଲେମ୍ବୁପାଣି ପିଇଥାଆନ୍ତି । ଦିନ ଭିତରେ ଅନେକ ଥର ଲେମ୍ବୁ ସେବନ କରନ୍ତି। ଯେପରି କି ଚଟଣୀରେ, ସାଲାଡ୍‌‌ରେ, ଚା’ରେ ଏବଂ ଲେମ୍ବୁ ସରବତ କରି ପିଇଥାଆନ୍ତି । ଏହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି ।

ଲେମ୍ବୁରେ ଭିଟାମିନ ସି’ର ମାତ୍ରା ଅଧିକ ରହିଥାଏ । ଖରାଦିନେ ଖାଦ୍ୟ ରୂପେ ଗ୍ରହଣ କରାଯାଉଥିବା ଆମ୍ବ ଏବଂ ଅନ୍ୟାନ୍ୟ ପାଚିଲା ଫଳରେ ବି ଭିଟାମିନ୍‌‌ ସି’ ଅଧିକ ଥାଏ । ଏସବୁର ସେବନ ଫଳରେ ଶରୀରରେ ଭିଟାମିନ ସି’ ଅଧିକ ବଢ଼଼ିଯାଇଥାଏ, ଯାହା ଅନେକ ପ୍ରକାର ଶାରିରୀକ ସମସ୍ୟାର କାରଣ ସାଜିଥାଏ ।