କେଶ ଝଡିବା, ଶୁଷ୍କ ହୋଇଯିବା, ଚର୍ମ ଶୁଷ୍କ ହେବା ଏଭଳି ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ଏସବୁ ସମସ୍ୟାରୁ ଉପଶମ ପାଇବାକୁ ଗୋଟିଏ ପରେ ଗୋଟିଏ ଦାମୀ କସମେଟିକ୍ସ ବଜାରରେ ଉପଲବ୍ଧ ହେଉଥିଲେ ବି ତାହା କାମ ଦେଉନି ।
ଏଭଳି ପରିସ୍ଥିତିରେ ବିଭିନ୍ନ ପ୍ରକାରର ତେଲ କିଣିବା ଓ ପ୍ରୟୋଗ କରିବା ଅପେକ୍ଷା ଗୋଟିଏ ତେଲ ସର୍ବୋତ୍ତମ । ତାହା ହେଉଛି ଘଣା ପେଡା ସୋରିଷ ତେଲ । ଏହା କେଶକୁ ମଜବୁତ କରିବା ସହ ମୋଟା ଓ କଳା କରିଥାଏ । ତେବେ କେଶରେ ସୋରିଷ ତେଲକୁ ଲଗାଇବାର ସଠିକ ଉପାୟ ଓ ଲାଭ କ’ଣ ସେ ବିଷୟରେ ସମ୍ୟକ ଆଲୋକପାତ ।
କେଶକୁ ସୁସ୍ଥ ରଖିବା ପାଇଁ ୧ ଚାମଚ ସୋରିଷ ତେଲ ନିଅନ୍ତୁ । ଏହାକୁ ୧ ଚାମଚ ବାଦାମ ତେଲ କିମ୍ବା ୧ ଚାମଚ ଜେଜୋବା ତେଲ ସହ ମିଶାଇ ହାଉକା ଉଷୁମ କରି ନିଅନ୍ତୁ । ତା’ ପରେ କେଶ ମୂଳରେ ଭଲ ଭାବେ ଲଗାନ୍ତୁ । ପ୍ରାୟ ୧ଘଣ୍ଟା ରଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ବ୍ୟତୀତ ପାପୁଲିରେ ସୋରିଷ ତେଲକୁ ନେଇ ଏହାକୁ କେଶରେ ଭଲ ଭାବେ ଲଗାନ୍ତୁ । ପରେ ସାମ୍ପ କରନ୍ତୁ ।