ଅମୃତଭଣ୍ଡାର ଉପକାରୀ ଗୁଣ ଜାଣନ୍ତୁ…

କଞ୍ଚା ଅମୃତଭଣ୍ଡାକୁ ଆମେ ସିଝା କିମ୍ବା ଡାଲମାରେ ବ୍ୟବହାର କରି ଖାଇଥାନ୍ତି ସେହିପରି ପାଚିଲାକୁ ଆମେ ଫଳ ଭାବେ ଖାଇଥାନ୍ତି। ତେବେ ଏହାକୁ ନିୟମିତ ନିଜ ଖାଦ୍ୟରେ ବ୍ୟବହାର କଲେ ଆମକୁ ଅନେକ ସ୍ୱାସ୍ଥ୍ୟ ଉପକାରୀତା ମିଳିପାରିବ। ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟର ଗୁଣ ଭରି ରହିଛି ।

ଏଥିରେ ଅନେକ ପୋଷକ ତତ୍ୱ ମଧ୍ୟ ଭରି ରହିଛି, ଯାହା ଶରୀର ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ସେହିପରି ପାଚିଲା ଅମୃତଭଣ୍ଡା ଏକ ଅତି ସାଧାରଣ ଫଳ ଯାହା ସାଧାରଣତଃ ଭଲ ହଜମ ପାଇଁ ଖିଆଯାଏ, ଯେଉଁ କାରଣରୁ ପେଟରେ କୌଣସି ସମସ୍ୟା ନଥାଏ। ଏହି ଫଳ ଖାଇବା ଦ୍ୱାରା ଶରୀର କୋଲାଇନ୍ ପାଇଥାଏ, ଯାହା ସାହାଯ୍ୟରେ ଆପଣ ଶାନ୍ତିପୂର୍ଣ୍ଣ ନିଦ ପାଇପାରିବେ।