ପ୍ରାୟ ଅନେକ ଲୋକ ସୁପ୍ ପିଇବାକୁ ଭଲ ପାଆନ୍ତି। ସବୁ ସୁପ୍ ମଧ୍ୟରେ ଟମାଟୋ ସୁପ୍ ସବୁଠୁ ଲୋକପ୍ରିୟ ଓ ଶସ୍ତା ମଧ୍ୟ। ଏହାକୁ ସବୁ ବର୍ଗର ଲୋକ ସହଜରେ ଖାଇ ପାରିବେ। ଆପଣ ଜାଣନ୍ତି, ଟମାଟୋ ସୁପ୍ ସ୍ୱାଦରେ ଯେମିତି, ଦେହ ପାଇଁ ମଧ୍ୟ ସେମିତି ଉପକାରୀ।
ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଟମାଟୋ ସୁପ୍ ଛୋଟ ପିଲାଙ୍କ ପାଇଁ ଖୁବ୍ ଉପକାରୀ। ଯଦି ଛୋଟ ପିଲାଙ୍କ ପେଟରେ କୃମି ଥାଏ, ତେବେ ସେଥିରୁ ସୁରକ୍ଷା ପାଇଁ ପ୍ରତିଦିନ ପିଲାଙ୍କୁ ଟମାଟୋ ସୁପ୍ରେ ଅଧ ଚାମଚ ଗୋଲ ମରିଚ ମିଶାଇ ପିଇବାକୁ ଦିଅନ୍ତୁ। ନିଶ୍ଚୟ ସୁଫଳ ମିଳିବ।