ମେଥିର ଔଷଧୀୟ ଗୁଣ ଜାଣନ୍ତୁ…

ମେଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଣ୍ଟାରୀ ଗୁଣ ଶରୀରକୁ ଅନେକ ଫାଇଦା ଦେଇଥାଏ। ଆପଣ ଚାହିଁଲେ ମେଥି ପାଉଡରକୁ ପାଣିରେ ଭିଜାଇ ପିଇ ପାରିବେ କିମ୍ୱା ଚାହା ଭଳି କରି ପିଇପାରିବେ। ତା’ ହେଲେ ଆସନ୍ତୁ ଜାଣିବା ମେଥି ପାଣି ବା ଚାହା ପିଇଲେ କେଉଁସବୁ ଲାଭ ମିଳିଥାଏ।

ମେଥିରେ ଥିବା ଫାଇବର୍‌ ଟାଇପ୍-୧ ଓ ଟାଇପ୍‌-୨ ଡାଇବବେଟିସ୍‌କୁ ନିୟନ୍ତ୍ରଣ କରିଥାଏ। ଏଥିରେ ଆମିନୋ ଏସିଡ୍‌ ଥିବାରୁ ଶରୀରରେ ଇନ୍‌ସୁଲିନ୍ ସେନ୍‌ସିଟିଭିଟି ବଢ଼ିଥାଏ।

ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ୍‌କୁ ମେଥି ସଫା କରିଥାଏ। ଯଦି ଆପଣ ୨ରୁ ୩ ମାସ ଧରି ନିୟମିତ ଭାବରେ ମେଥି ପାଣି ପିଇବେ, ତା’ହେଲେ ଶରୀରରେ ଭଲ କୋଲେଷ୍ଟ୍ରଲ୍‌ ତିଆରି ହୋଇଥାଏ। ଲେମ୍ୱୁ ଓ ମହୁ ସହିତ ମେଥିକୁ ମିଶାଇ ଖାଇଲେ ଜ୍ୱରରୁ ଆରାମ ମିଳିଥାଏ।