ଫଳର ଔଷଧୀୟ ଗୁଣ ଜାଣନ୍ତୁ…

ନଚେତନ୍ ଦିନ ତମାମ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇପାରେ। ଅନେକ ଲୋକ ଖାଲି ପେଟରେ ଫଳ ଖାଇବାକୁ ପସନ୍ଦ କରନ୍ତି। ଏହା ମଧ୍ୟ ଲାଭଦାୟକ। କିନ୍ତୁ କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉପକାରିତା ଅପେକ୍ଷା ଅପକାରିତା ଅଧିକ ମିଳିଥାଏ ।

ଖଟା ଫଳଗୁଡିକୁ ସକାଳେ ଖାଲି ପେଟରେ ଖାଇବା ଆଦୌ ଉଚିତ୍ ନୁହେଁ। ବିଶେଷକରି ଅଙ୍ଗୁର ଖାଇବାଠାରୁ ଦୂରେଇ ରୁହନ୍ତୁ। ସାଇଟ୍ରସ୍ ଫଳରେ ପ୍ରଚୁର ଏସିଡ୍ ଥାଏ, ଯାହା ଗ୍ୟାଷ୍ଟ୍ରିକ୍, ଏସିଡ୍ ରିଫ୍ଲକ୍ସ ଏବଂ ପେଟରେ ଉତ୍ତେଜନା ସୃଷ୍ଟି କରିପାରେ।

ସେହିପରି କମଳା କିମ୍ବା ଋତୁକାଳୀନ ଫଳକୁ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ। କାରଣ ଏସବୁ ଫଳରେ ସାଇଟ୍ରିକ୍ ଏସିଡ୍ ଥାଏ। ଖାଲି ପେଟରେ ସପୁରୀ ଆଦୌ ଖାଆନ୍ତୁ ନାହିଁ। ଏଥିରେ ଭିଟାମିନ୍-ସି ଭରପୂର ଥାଏ। ଏହା ହଜମ ପାଇଁ ଭଲ, କିନ୍ତୁ ଖାଲି ପେଟରେ ଖାଇବା ଦ୍ୱାରା ହଜମ ନଷ୍ଟ ହୋଇପାରେ।